30.1 C
Bhubaneswar
Saturday, October 5, 2024
Homeଓଡିଶାବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବ ଓଡିଶା

ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବ ଓଡିଶା

ନୂଆଦିଲ୍ଲୀ: ଓଡିଶା ସରକାରଙ୍କ ତରଫରୁ ଆଜି ନୂଆ ଦିଲ୍ଲୀ ରେ ଆୟୋଜିତ ହୋଇ ଯାଇଛଇ ଆମ୍ବାସଡର୍ସ ମିଟ୍ । ଆଇଟିସି ମୋର୍ୟାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଅଧ୍ୟକ୍ଷତା କରିଥିବା ବେଳେ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରେଣ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅଗାମୀ ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ପାଇଁ ବେଶ୍ ଗୁରୁତ୍ୱ ବହନ କରିଛି । ଏହି ସମାବେଶରେ ଓଡିଶାରେ ଉଦ୍ୟୋଗର ବିକାଶ ଏବଂ ନୂତନ ନିବେଶର ସୁଯୋଗ ଉପରେ ଆଲୋଚନା ହୋଇଛି।

ଏହି କାର୍ଯ୍ୟକ୍ରମରେ ୩୪ଟି ଦେଶରୁ ଆମ୍ବାସଡର୍ସ, ହାଇ କମିଶନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନିତିଜ୍ଞ ମାନେ ସାମିଲ୍ ହୋଇଥିଲେ। ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତ ରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ୟୁକେ ପରି ଦେଶର ପ୍ରତିନିଧି ମାନେମଧ୍ୟ ସାମିଲ ହୋଇଥିଲେଏଥି ସହିତ, ୯ଟି ଆନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ, ଯାହା ଓଡିଶାରେହେବାକୁ ଥିବା ମେକ୍ ଇନ୍ ଓଡିଶା ସମ୍ମିଳନର ସଫଳତାକୁ ସୂଚାଉଛି।

ଓଡିଶା ସରକାରରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡିଶା ଖୁବ୍ ଶୀଘ୍ର ବିଶ୍ୱସ୍ତରୀୟ ନିବେଶ ସ୍ଥଳ ହେବାକୁ ଯାଉଛି। ସେ ନୂତନ ବ୍ୟବସାୟର ସମ୍ଭାବନା ,ବିଭିନ୍ନ ସେକ୍ଟରରେନିବେଶ , ଉପଲବ୍ଧ ଥିବାଦକ୍ଷ ଶ୍ରମିକ ଏବଂ ନୀତିଗୁଡିକ ଉପରେ ଆଲୋଚନା କରିଥିଲେ । ଏଥି ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧି ମାନଙ୍କ ସହଭାଗୀତା, ଓଡିଶାର ଉଦ୍ୟୋଗ, ଟେକ୍ନୋଲୋଜି, ପର୍ଯ୍ୟଟନ ଏବଂ ପୁନଃ ନବୀକରଣରେ ନିବେଶ କରିବାକୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମେକ୍ ଇନ୍ ଓଡିଶା ୨୦୨୫ ଉପରେ ଏକ ଭିଡିଓ ପ୍ରକାଶିତ ହୋଇଥିଲା, ଯାହା ଓଡିଶାରେ ନିବେଶର ସମ୍ଭାବନାକୁ ଦର୍ଶାଇଥିଲା। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଶିଳ୍ପନିବେଶର ସୁଯୋଗ ଉପରେ ବିସ୍ତୃତ ସୂଚନା ଦେଇଥିଲେ ।ଏହି ସମାବେଶରେ ଫିକି ର ଡାଇରେକ୍ଟର ଜେନେରାଲ୍ ଜ୍ୟୋତି ଭିଜ, ଉତ୍କର୍ଷ ଓଡିଶାର ସଫଳତାପାଇଁ ସହଭାଗିତା କେତେ ଗୁରୁତ୍ୱ ପୂର୍ଣ୍ଣ ତା ଉପରେ ମତବ୍ୟକ୍ତ କରିଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଏ. ଅଜୟ କୁମାର,ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ। ଇନ୍ ଭେଷ୍ଚ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଚର ମିସ୍ ନିବୃତି ରାଏ ଓଡିଶାରେ ନିବେଶର ସୁଯୋଗ ଉପରେ ନିଜର ମତ ରଖିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓଡିଶାରେ ନିବେଶ ପାଇଁ ଆମ୍ବାସଡର୍ସ ମାନଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଓଡିଶାର ସମୃଦ୍ଧ ଇତିହାସ ଏବଂ ଭୌଗଳିକ ପରିସୀମା ଏହାକୁ ବିଶ୍ୱସ୍ତରୀୟ ବନିଯୋଗ ପାଇଁ ପ୍ରସ୍ତୁତ କରିଛି। ସେ ଓଡିଶାରେ ଥିବା ସମ୍ଭାବନା, ସ୍ଥାନୀୟ ସଂସ୍କୃତି ଏବଂ ଓଡିଶାରେ ଥିବା କୂଶଳୀ ଶ୍ରମିକ ମାନଙ୍କ ଉପରେ ଆଲୋକପାତ କରିଥିଲେ। ସେ ସମସ୍ତଙ୍କୁ ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ରେ ଯୋଗଦେବା ପାଇଁ ସ୍ୱାଗତ ମଧ୍ୟ କରିଛନ୍ତି ।

ଏହି ସମ୍ମିଳନୀରେ ଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ , ରାଜ୍ୟରେ ନିବେଶ କରିବାପାଇଁ ଥିବା ସମ୍ଭାବନା ଉପରେବିସ୍ତୃତ ଭାବେ ଆଲୋଚନା କରିବା ସହିତ ଉପସ୍ଥିତ ଆମ୍ୱାସଡର୍ସ ମାନଙ୍କୁ ମଧ୍ୟ ଆଗାମୀ ଉତ୍କର୍ଷ ଓଡିଶା ପାଇଁ ସ୍ୱାଗତ କରିଥିଲେ। ଓଡିଶାରେ ନିବେଶ ପାଇଁ ଆୟୋଜିତ ହୋଇଥିବା ଏହି ଆଲୋଚନାସଭାରେ ସମସ୍ତ ଅତିଥିମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ । ଓଡ଼ିଶାର ବିଭିନ୍ନ ସେକ୍ଟରରେ ବିନିଯୋଗର ସମ୍ଭାବନାକୁ ଦୃଷ୍ଟିରେ ରଖି – ରାଜ୍ୟ ସରକାର ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡିଶା ୨୦୨୫ର ସଫଳତା ନେଇ ଆଶାବ୍ୟକ୍ତ କରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୨୮ଓ ୨୯ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା ୨୦୨୫ନିମନ୍ତେ ସରକାର ଓଡିଶାକୁବିଶ୍ୱସ୍ତରୀୟ ବିନିଯୋଗ ମାନଚିତ୍ରରେ ଆଗକୁ ଆଣିବା ନେଇ କରୁଥିବା ପ୍ରୟାସକୁ ପ୍ରଶଂସା କରିଥିଲେ ଉପସ୍ଥିତ ଆମ୍ୱାସଡର୍ସ ମାନେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking