30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶସାଇ ବାବାଙ୍କୁ ନେଇ ବିବାଦ, ୧୪ଟି ମନ୍ଦିରରୁ ହଟିଲା ପ୍ରତିମା

ସାଇ ବାବାଙ୍କୁ ନେଇ ବିବାଦ, ୧୪ଟି ମନ୍ଦିରରୁ ହଟିଲା ପ୍ରତିମା

ବାରାଣସୀ: ଆଧ୍ୟାତ୍ମିକ ନଗରୀ ବାରଣସୀର କେତେକ ମନ୍ଦିରରୁ ସ୍ଥାପିତ ସାଇ ବାବାଙ୍କ ମୂର୍ତ୍ତିକୁ ହଟାଇ ଦିଆଯାଇଛି । ଯାହାକୁ ନେଇ ସାଇ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରିପୋର୍ଟ ଅନୁସାରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏସବୁ ସାଇ ବାବାଙ୍କ ମୂର୍ତ୍ତିଗୁଡିକୁ ମନ୍ଦିରରୁ ହଟାଯାଉଛି । ବର୍ତ୍ତମାନ ସୁଦ୍ଧା ୧୪ଟି ମନ୍ଦିରରୁ ସାଇ ମୂର୍ତ୍ତି ହଟାଯାଇଥିବା ହିନ୍ଦୁ ସଙ୍ଗଠନ ଦାବି କରିଛି । ସେହିପରି ଟାର୍ଗେଟ୍‌ରେ ରହିଥିବା ଆହୁରି ୨୮ଟି ମନ୍ଦିରୁ ସାଇ ବାବାଙ୍କ ମୂର୍ତ୍ତି ହଟାଯିବ ବୋଲି ହିନ୍ଦୁ ସଂଗଠନ କହିଛି । ହିନ୍ଦୁ ସଙ୍ଗଠନର ଅଭିଯୋଗ ମୁତାବକ, ସାଇ ବାବା ହେଉଛନ୍ତି ଜଣେ ମୁସଲମାନ ସାଧୁ । ତାଙ୍କର ପ୍ରକୃତ ନାମ ଚାନ୍ଦ ବାବା । ସନାତନ ଧର୍ମ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତେଣୁ ତାଙ୍କୁ ପୂଜା କରାଯାଇପାରିବ ନାହିଁ । ଏଭଳି କିଛି ଅଭିଯୋଗ କରି ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି । କେନ୍ଦ୍ରୀୟ ବ୍ରାହ୍ମଣ ସଭା ନାମକ ଏକ ସଙ୍ଗଠନ ମନ୍ଦିରଗୁଡିକରୁ ସାଇଙ୍କ ପ୍ରତିମାକୁ ହଟାଉଛନ୍ତି ।

ପ୍ରକାଶ, ରବିବାର ବିଳମ୍ବିତ ରାତିରୁ ବାରାଣସୀର ପ୍ରସିଦ୍ଧ ବଡା ଗଣେଶ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ସନାତନ ରକ୍ଷକ ଦଳ ମଧ୍ୟ ଯୋଗଦେଇଛି । ସନାତନ ରକ୍ଷକ ଦଳ ତଥା ଏହି ଅଭିଯାନ ସହିତ ଜଡିତ ସଙ୍ଗଠନ ଗୁଡିକ କହିଛନ୍ତି ଯେ, ସାଇ ବାବାଙ୍କ ଉପରେ ଯଦି କାହାର ଆସ୍ଥା ରହିଛି ତେବେ ଏଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ସେମାନେ ସାଇଙ୍କ ମନ୍ଦିର ନିର୍ମାଣ କରି ସେଠାରେ ପୂଜା କରିବା ଉଚିତ୍ । କିନ୍ତୁ ଅନ୍ୟ ଦେବତାମାନଙ୍କ ମନ୍ଦିରରେ ସାଇ ବାବାଙ୍କୁ ରଖିବାକୁ ଅନୁମତି ଦିଆଯିବନାହିଁ । ସୂଚନାଯୋଗ୍ୟ, ଗତ ୧୦ ବର୍ଷ ପୂର୍ବେ ୨୦୧୪ରେ, ସାଇ ବାବାଙ୍କ ବିରୋଧରେ ଦେଶବ୍ୟାପୀ ଅଭିଯାନ ଜୋର ଧରିଥିଲା । ଦ୍ୱାରକା ଶାରଦା ପୀଠ ଓ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ ରାମ ନବମୀ ଦିନ ଏହି ଅଭିଯାନ ଆରମ୍ଭ କରିଥିଲେ । ସନାତନ ଧର୍ମରେ ଭଗବାନ ବିଷ୍ଣୁଙ୍କ ୨୪ ଅବତାର ଥିବା ବିଶ୍ୱାସ । କଳିଯୁଗରେ ବୁଦ୍ଧ ଓ କଲକି ବ୍ୟତୀତ କୌଣସି ଅବତାରର ଚର୍ଚ୍ଚା ନାହିଁ । ତେଣୁ ସାଇଙ୍କୁ ଏକ ଅବତାର ରୂପେ ବିବେଚନା କରାଯାଇପାରିବନି ବୋଲି ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking