15.1 C
Bhubaneswar
Thursday, December 18, 2025
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଜ୍ୟୋତି ଫେଲୋସିପ୍ ପରୀକ୍ଷା ଆୟୋଜିତ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଜ୍ୟୋତି ଫେଲୋସିପ୍ ପରୀକ୍ଷା ଆୟୋଜିତ

ଯାଜପୁର : ଭାଗନେଲେ ୧୨୦୦ରୁ ଅଧିକ ଛାତ୍ର ଛାତ୍ରୀ : ଟାଟା ଷ୍ଟିଲ ଫାଉଣ୍ଡେସନ ଜ୍ୟୋତି ଫେଲୋସିପ୍ ପରୀକ୍ଷାକୁ ସଫଳତାର ସହ ଆୟୋଜନ କରିଛି, ଯେଉଁଥିରେ ଆର୍ôଥକ ଦୃଷ୍ଟିରୁ ପଛୁଆ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ପରିବାରର ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ମେଧା ଭିତ୍ତିକ ବୃତ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇଛନ୍ତି। ଯାଜପୁର ଜିଲ୍ଲା ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିୟର ଆକାଂକ୍ଷା ପୂରଣ ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଜ୍ୟୋତି ଫେଲୋସିପ୍ କାର୍ଯ୍ୟକ୍ରମ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ôଥକ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି । ଏଥିରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ୫୦ଟି ବିଦ୍ୟାଳୟ ଓ ୧୨ଟି ମହାବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଭାଗନେଇଥିଲେ। ଗତବର୍ଷ ୧୨୮୧ ଜଣ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୭୦ ପ୍ରତିଶତରୁ ଅଧିକ ଛାତ୍ରୀ ଥିଲେ, ଯାହା ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ଶିକ୍ଷାକୁ ଉପଲବ୍ଧ କରିବାର କାର୍ଯ୍ୟ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ଦର୍ଶାଇଥାଏ।

ଜ୍ୟୋତି ଫେଲୋସିପ୍ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଅବହେଳିତ ସମ୍ପ୍ରଦାୟର ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking