27.1 C
Bhubaneswar
Wednesday, April 29, 2026
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

ସେମିଳିଗୁଡା : ସେମିଳିଗୁଡାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଟର ସାଇକେଲ ଚଳାଉଥିବା ଯୁବକ ବିଶ୍ୱରଂଜନ ମଣ୍ଡଳ ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କର ଘର ଲମଣ୍ଡା ଗ୍ରାମରେ ବୋଲି ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣା ପଡିଛି ଯେ ବିଶ୍ୱରଂଜନ ଦ୍ରୁତ ଗତିରେ ଗୋଟିଏ ମାରୁତି ଆଲ୍ଟୋ କାରକୁ ଲାଗି ବାମ ପାର୍ଶରେ ଯାଉଥିବା ଟ୍ରକ ସହିତ ପିଟି ହୋଇ ଟ୍ରକର ପଛ ଚକାରେ ପଡ଼ିଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ସେମିଳିଗୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରି ଡେଡ଼ବଡିକୁ ସୁନାବେଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ମୃତ ଯୁବକଙ୍କ ପରିବାରକୁ ଖବର ଦିଆ ଯାଇଥିବା ପୁଲିସ ପ୍ରକାଶ କରିଛି। ପୁଲିସ ସହାୟତାରେ ଯାତାୟତକୁ ସ୍ୱାଭାବିକ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking