31.1 C
Bhubaneswar
Monday, September 30, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭାବନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ପରିବାରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିବେ।

ବୃଷ : ସ୍ୱାସ୍ଥ୍ୟରେ ଅବନତି ଘଟିପାରେ।ପରିବାରରେ ଭାତୃ ବିବାଦ ଦେଖାଦେଇପାରେ।କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି। ପୂଜାରେ ଅଧିକ ସମୟ ଦିଅନ୍ତୁ।

ମିଥୁନ : ବ୍ୟବସାୟରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ। ସ୍ୱାସ୍ଥ୍ୟ ଭଲ ରହିନପାରେ। ପରିବାରରେ ବନ୍ଧୁମିଳନ ହୋଇପାରେ।

କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ। ବ୍ୟବସାୟରେ ଅଳ୍ପଲାଭ ହେବ। ପରିବାରରେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିପାରେ।

ସିଂହ : ଆଜି କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଧାଚରଣ କରିବେ। ପାରିବାରିକ ଶାନ୍ତି ମିଳିବ। ବ୍ୟବସାୟରେ ସଫଳ ହେବେ।

କନ୍ୟା : ଆଜି ନୂଆ ନୂଆ କାର୍ଯ୍ୟ ପ୍ରତି ମନ ଦେବେ। ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଅଳ୍ପଲାଭ ହେବ। ପାରିବାରିକ ସୁଖ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା : କର୍ମକ୍ଷେତ୍ରରେ ମନ ଦେବେ। ବ୍ୟବସାୟରେ ନିଜ ଲୋକମାନଙ୍କ ଦ୍ୱାରା କ୍ଷତି ସହିବେ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ମହିଳାମାନେ କାମରେ ମନ ଦେବେ।

ବିଛା : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପୈତୃକ ସମ୍ପତି ପାଇଁ ଭାତୃ ବିବାଦ ଲାଗିପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି। ବ୍ୟବସାୟରେ ଲାଭ ହେବ।

ଧନୁ : ଶତ୍ରୁମାନେ ମାଲିମୋକଦ୍ଦମା କରିପାରନ୍ତି। ବିପଦର ଆଶଙ୍କା ଅଛି। କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପରିବାରରେ ସ୍ୱାସ୍ଥ୍ୟ ପାଇଁ ଚିନ୍ତାରେ ରହିବେ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପାରିବାରିକ କଳହ ଲାଗିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିବେ। ମହିଳା ଓ ଛାତ୍ରଛାତ୍ରୀମାନେ ପ୍ରତି କ୍ଷେତ୍ରରେ ଅସହଯୋଗ କରିବେ।

କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ। ବ୍ୟବସାୟରେ କ୍ଷତିର ସମ୍ଭବନା କମ୍‌। ସ୍ୱାସ୍ଥ୍ୟ ଅବନତି ଘଟିପାରେ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିଯିବେ।

ମୀନ : ଆଜି ଆପଣଙ୍କ ଶୁଭ ଫଳ ହେବ। କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟରେ ବନ୍ଧୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking