28.1 C
Bhubaneswar
Sunday, September 29, 2024
Homeଓଡିଶାହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ; ହୋଇପାରେ ଏହି ରୋଗ ଲକ୍ଷଣ..

ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ; ହୋଇପାରେ ଏହି ରୋଗ ଲକ୍ଷଣ..

ଭୁବନେଶ୍ବର: ବୟସ ବଢିବା ସହ ହାତ ଗୋଡ ଥରିବା ଭଳି ସମସ୍ୟା ଦେଖାଯିବା ଏକ ସାଧାରଣ କଥା । ହେଲେ କମ୍ ବୟସରୁ କିମ୍ବା ଛୋଟ ଛୁଆଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଇପାରେ । ଅନେକ ଲୋକଙ୍କ ଧାରଣା ରହିଛି, ଶାରିରୀକ ଦୁର୍ବଳତା କାରଣରୁ ଏପରି ହୋଇଥାଏ । ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ହାତ ଗୋଡ ଥରିବା ପଛରେ ଅନ୍ୟ କାରଣ ଥାଇପାରେ । ଛୋଟ ଛୁଆଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଏହି ଥରା ରୋଗ ହୋଇପାରେ । ବୟସ୍କ ଲୋକଙ୍କଠାରେ ହେଉଥିବା ଥରା ରୋଗକୁ ‘ପାର୍କିନସନ୍ସ ରୋଗ’ କୁହାଯାଏ । ଏହା ଏକ ମସ୍ତିଷ୍କ ରୋଗ । ଏହି ରୋଗରେ ଗୋଟିଏ ହାତ ଥରିବା କିମ୍ବା ଗୋଡ ଥରିବା ଭଳି ଲକ୍ଷଣ ଦେଖାଯାଏ । ପାର୍କିନସନ୍ ରୋଗ ସାଧାରଣତଃ ୬୦ ବର୍ଷ ପରେ ହୁଏ । ଏହି ରୋଗ ହେଲେ ଦେହ ହାତ ଥରିବା, ସନ୍ତୁଳନ ଓ ସମନ୍ବୟ ରକ୍ଷା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି କମ୍ ବୟସରେ ହେଉଥିବା ଥରା ରୋଗକୁ ଇସେନସିଆଲ ଟ୍ରେମୋର କୁହନ୍ତି ।

ନ୍ୟୁରୋଲୋଜିଷ୍ଟ ଡାକ୍ତର ଆକାଶ ଅଗ୍ରୱାଲ କହିଛନ୍ତି, ଏହା ବିଶେଷ କରି ଛୋଟ ଛୁଆ ଓ ଯୁବକଙ୍କ ମଧ୍ୟରେ ଦେଖାଯାଏ । ଏହି ରୋଗ ବଂଶାନୁକ୍ରମିକ ହୋଇପାରେ । ଅର୍ଥାତ୍ ବାପାମାଆ କିମ୍ବା ପରିବାରରେ କାହାକୁ ଥିଲେ ପିଲାକୁ ବି ହୋଇପାରେ । ଏଥିରେ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ବେଳେ, ଖାଇବା କିମ୍ବା କିଛି ଜିନିଷ ଧରିବାକୁ ଚେଷ୍ଟା କରୁଥିଲେ ହାତ ଅଧିକ ଥରିଥାଏ । ଫଳରେ କାର୍ଯ୍ୟ କରିବାରେ ସମସ୍ୟା ହୋଇଥାଏ । ଅନେକ ଲୋକ ପାର୍କିନସନ୍ସ ଓ ଇସେନସିଆଲ ଟ୍ରେମୋର ସମାନ ବୋଲି ଭାବିଥାନ୍ତି । ମାତ୍ର ଏହି ଦୁଇଟି ଭିନ୍ନ ଅବସ୍ଥା । ପାର୍କିନସନ୍ସ ରୋଗରେ ହାତ ସ୍ଥିର ରହିଥିଲେ ଅର୍ଥାତ୍ କୌଣସି କାମ କରୁନଥିବା ସମୟରେ ଅଧିକ ଥରିଥାଏ । ଇସେନସିଆଲ ଟ୍ରେମୋରରେ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ସମୟରେ ଏହା ଦେଖାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking