32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା, କୋର୍ଟ ଦେଲେ ନିର୍ଦ୍ଦେଶ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା, କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିନିମନ୍ତେ ବାଙ୍ଗାଲୁରର କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଭାବେ ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ । ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାପରେ ବାଙ୍ଗାଲୁରସ୍ଥିତ ଜନପ୍ରତିନିଧିର ବିଶେଷ ଅଦାଲତ ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୁଲିସ୍‌ ଏବେ ସୀତାରମଣ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ । ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା।

ଆବେଦନକାରୀ ତାଙ୍କ ଅଭିଯୋଗରେ କହିଛନ୍ତି, ନିର୍ବାଚନ ବଣ୍ଡ ମାଧ୍ୟମରେ ଧମକଚମକ ଦିଆଯାଉଛି। ଏହି ଆବେଦନ ଶୁଣାଣି କରି ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟେସନକୁ ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନାଧିକାର ସଂଘର୍ଷ ପରିଷଦ ଏପ୍ରିଲ ୨୦୨୪ରେ ୪୨ତମ ଏସିଏମ କୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଇଡି ଅଧିକାରୀ, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ଭାଜପା ଜାତୀୟ ନେତା, ତତ୍କାଳୀନ ଭାଜପା କର୍ନାଟକ ସଭାପତି ନଳୀନ କୁମାର କେଟେଲ, ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଉପରେ ବିଚାର କରିବା ପରେ ବେଙ୍ଗାଲୁରୁର ତିଲକ ନଗର ପୋଲିସକୁ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking