18.1 C
Bhubaneswar
Monday, December 15, 2025
Homeଓଡିଶାକଟକ ସହର ସମସ୍ୟାକୁ ନେଇ ବର୍ଷିଲେ ହାଇକୋର୍ଟ

କଟକ ସହର ସମସ୍ୟାକୁ ନେଇ ବର୍ଷିଲେ ହାଇକୋର୍ଟ

କଟକ: ରାସ୍ତା ଉପରେ ପୂଜା ମଣ୍ଡପ ଓ ତୋରଣ ନିର୍ମାଣ ନ କରିବା, ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଦଶହରା ଆସୁଥିବାରୁ ରାସ୍ତା ଅବରୋଧ ନକରିବା ଲାଗି ତାଗିତ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବା,ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା,ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକସହର ସମସ୍ୟା ସଂକ୍ରାନ୍ତ ମାମଲାର ଶୁଣାଣୀ କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାଘାଟ ଗୁଡିକ ଆସନ୍ତା ମାସ ୫ ତାରିଖ ସୁଦ୍ଧା ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ଆଭାସୀ ମାଧ୍ୟମରେ ହାଜର ହୋଇ ରାଜ୍ୟ ପୂର୍ତ୍ତସଚିବ ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେହିପରି ଏସସିବି ମେଡିକାଲରେ ଲାଗି ରହିଥିବା ନାନାବିଧ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ହାଇକୋର୍ଟଙ୍କୁ ସ୍ୱାସ୍ଥ୍ୟ ସଚିବ ଅବଗତ କରାଇଛନ୍ତି। ତେବେ କଟକ ସହର ସମସ୍ୟାକୁ ନେଇ ସିଏମସି ଉପରେ ଖୁବ୍ ବର୍ଷିଛନ୍ତି ହାଇକୋର୍ଟ । କମଳାକାନ୍ତ ବିଦ୍ୟାପୀଠ ନିକଟରୁ ଯଦି ବର୍ଷା ଜଳ ନିଷ୍କାସିତହୋଇ ପାରୁନ ସେଠାରେ କି ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ସେ ନେଇ ସିଏମସି କମିଶନରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ବିପର୍ଯ୍ୟସ୍ତ ରାସ୍ତାଘାଟର ତ୍ୱରିତ ବେଗରେ ମରାମତି କରାଇବା, ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବା, ମଶା ନିୟନ୍ତ୍ରଣ ଲାଗି ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସିଏମ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ ହୋଇଥିଲା ବେଳେ ଏହି ଅବଧି ଭିତରେ ସମସ୍ତ ନିର୍ଦ୍ଦେଶର ସଠିକ ଅନୁପାଳନ ଲାଗି କୋର୍ଟ ବିଭାଗୀୟ ଅଧିକାରୀମାନଙ୍କୁ ତାଗିତ କରିଛନ୍ତି । ଶୁଣାଣି ବେଳେ, ସିଏମସି କମିଶନର, ସ୍ୱାସ୍ଥ୍ୟ ଅଧିକାରୀ, ସିଟି ଇଞ୍ଜିନିୟର, ଏସସିବି ଅଧିକ୍ଷକ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ଥିଲେ । ଅନ୍ୟପଟେ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ନଗର ଉନ୍ନୟନ ବିଭାଗ ସଚିବ ଏବଂ କଟକ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking