22.1 C
Bhubaneswar
Friday, February 13, 2026
Homeଓଡିଶାଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର : ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଲଗାଣ ବର୍ଷା ଯୋଗୁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ବାହାରେ ଭୋଗ କରି ଫେରିବା ପାଇଁ ଭକ୍ତଙ୍କୁ କୁହାଯାଇଛି। ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି। ଫଳରେ ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ବିପଦ ପୂର୍ଣ୍ଣ। ଏଥିପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି। ଝରଣା ପାଣିର ପ୍ରଖର ସ୍ରୋତ ନ କମିବା ଯାଏ ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି। ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking