16.1 C
Bhubaneswar
Saturday, December 27, 2025
Homeଓଡିଶାଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ସଚେତନତା...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ସଚେତନତା ସଭା

ଯାଜପୁର : ଯାଜପୁ ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ଏକ ଆଇନ ସଚେତନତା ସଭା ଯାଜପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁ ିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଯୋଗ ଦେଇ ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଆଇନ ଆଖିରେ ଶିଶୁ କହିଲେ ଗର୍ଭ ସଂଚାରଠାରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବାଳଳ ବାଳିକା ଉଭୟ ଶିଶୁଙ୍କୁ ବୁଝାଏ, ଏହି ବୟସର ଶିଶୁକୁ ବିଶେଷ କରି କନ୍ୟା ଶିଶୁ ମାନଙ୍କ ପ୍ରତି ବଢି ଚାଲିଥିବା ଯୌନ ନିର୍ଯ୍ୟତନା ଅପରାଧରୁ କିପରି ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଳାର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଅଭିଜିତ ପଲେଇ ଯୋଗ ଦେଇ କନ୍ୟା ଶିଶୁମାନଙ୍କୁ ଯୌନନିର୍ଯ୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦିଷ୍ଟ ଥିବା ପୋକ୍ସୋ ଆଇନ ସମ୍ପର୍କରେ ସୂଚନା ଦେବା ସହିତ ଏ କ୍ଷେତ୍ରରେ ଶିଶୁମଙ୍ଗଳ କମିଟି ଓ ପୋଲିସ୍‌ର ଦାୟିତ୍ୱ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଏହା ବ୍ୟତୀତ ଯୌନଶୋଷଣ ହୋଇଥିବା ୧୮ ବର୍ଷରୁ କମ୍ ନାବାଳିକାମାନେ କିପରି ନ୍ୟାୟ ପାଇପାରିିବେ, କୋର୍ଟ ପରିସରରେ ସେମାନଙ୍କ ସାକ୍ଷୀ କିପରି ସୁସ୍ଥ ବାତାବରଣରେ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପୀଡ଼ିତାମାନଙ୍କ ପାଇଁ ଉଦିଷ୍ଟ ଥିବା କ୍ଷତିପୂରଣ ଯୋଜନା ସମ୍ପର୍କରେ ମଧ୍ୟ ସୁଚନା ଦେଇଥିଲେ । ଅନ୍ୟ ମାନଙ୍କର ମଧ୍ୟରେ ଯାଜପୁର ଜିଲ୍ଳା ଲୟରସ୍ ବାର ଆସୋସିଏସନର ସଭାପତି ଶ୍ରୀଯୁକ୍ତ ପ୍ରବୀର କୁମାର ରାୟ ଏବଂ ସମ୍ପାଦକ ଶ୍ରୀଯୁକ୍ତ ଅନନ୍ତ ବାସୁଦେବ ମିଶ୍ର ମଧ୍ୟ ଯୋଗ ଦେଇ ଏହି ଆଇନର ବିଭିନ୍ନ ଦିଗ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।
ଏହି ସଭାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିବା ବେଳେ ପ୍ରାଧିକରଣର କର୍ମଚାରୀଗଣ ସହଯୋଗ କରିଥିଲେ । ଏହି ଆଇନ ସଚେତନତା ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ପାରାଲିଗାଲ ସେଛାସେବୀ, ନେହେରୁ ଯୁବକସଂଘ, ଯାଜପୁରର ସେଛାସେବୀମାନେ ମଧ୍ୟ ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking