20.1 C
Bhubaneswar
Thursday, December 5, 2024
Homeଓଡିଶାକାଲିଠୁ କମିବ ବର୍ଷାର ପରିମାଣ

କାଲିଠୁ କମିବ ବର୍ଷାର ପରିମାଣ

ଭୁବନେଶ୍ବର : ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ କିଛିଦିନ ହେବ ଲାଗାତାର ବର୍ଷା ଲାଗି ରହିଥିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ କମିବ ଲଘୁଚାପର ପ୍ରଭାବ, କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ଆଜି ଆଭ୍ୟନ୍ତରୀଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେପଟେ କାଲିଠୁ ପାଗରେ ପରିବର୍ତ୍ତନ ହେବ । ଦୁର୍ବଳ ହୋଇଛି ଲଘୁଚାପ । ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି । ଏହାରି ପ୍ରଭାବରେ ବର୍ଷା ହେଉଥିବା ବେଳେ ଆସନ୍ତାକାଲିଠୁ(ଶୁକ୍ରବାର) ପାଗରେ ପରିବର୍ତ୍ତନ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୫୧.୧ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୨୫.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ବର୍ଷା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking