23.1 C
Bhubaneswar
Monday, December 22, 2025
Homeଓଡିଶାଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା

ଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର :- ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିବା 11.30 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ସରକାର ସମୟାନ୍ତରରେ ତାଙ୍କର ବହୁପୁରୁଣା ସମସ୍ୟା ସମାଧାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ସରକାରଙ୍କ ପକ୍ଷରୁ ନର୍ସିଂ ଅଫିସରଙ୍କ ପାଇଁ ନିଆଯାଇଥିବା ବିବିଧ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ :-
* ୨୦୨୧ ମସିହାରେ ଖାଲି ଥିବା ୬୪୩୨ ଟି ପଦବୀମଧ୍ୟରୁ ୪୬୮୩ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା ।
– ସେହିପରି ଦୁଇବର୍ଷ ପରେ ପୁନଶ୍ଚ ୨୦୨୩ ମସିହାରେ ୭୪୮୩ ଟି ଖାଲି ପଦବୀ ମଧ୍ୟରୁ ୩୭୩୮ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା ।
– ବିଭିନ୍ନ ଯୋଜନା ଅଧୀନରେ କାର୍ଯ୍ୟରତ ୩୦୧୬ ଜଣ ସେବିକାଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରର ବେସଲେବେଲ ପଦବୀରେ ସାମିଲ କରାଯାଇଛି ଏବଂ ଚୁକ୍ତିଭିତ୍ତିକ ନିୟମ-୨୦୨୨ ଲାଗୁ ହେବା ପରେ କ୍ୟାଡର ନିୟମ ଅନୁଯାୟୀ ଆଜି ସୁଦ୍ଧା ୨୮୮୩ ଜଣ ସେବିକାଙ୍କୁ ନିୟମିତ କରାଯାଇଛି
– ଚୁକ୍ତିଭିତ୍ତିକ ନର୍ସିଂ ଅଫିସରମାନଙ୍କ ଚାକିରୀ ନିୟମିତ ହେଲାପରେ ରିପିଲ ନିୟମ – ୨୦୨୨ ଅନୁଯାୟୀ ସେମାନଙ୍କୁ ସେବାକ୍ଷେତ୍ରରେ ବରିଷ୍ଠତାର ସୁବିଧା ପ୍ରଦାନ କରାଯାଇଛି।
– କ୍ୟାଡର ପୁନର୍ଗଠନ ଯୋଗୁଁ ପ୍ରାୟ ୧୧୯୩୩ ଜଣ ନର୍ସିଂ ଅଫିସର ପଦୋନ୍ନତିପାଇ ବିଶେଷ ଭାବରେ ଉପକୃତ ହେବେ ।
– ସେବିକାମାନଙ୍କର ଉତ୍ସର୍ଗିକୃତ ସେବାକୁ ସମ୍ମାନ ଜଣାଇ ସେମାନଙ୍କୁ ନର୍ସିଂ ଅଫିସର ଭାବେ ପୁନଃନିଯୁକ୍ତ କରାଯାଇଛି।
ଏହି ବୈଠକରେ ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ସରକାରଙ୍କୁ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସମସ୍ୟାଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସମସ୍ୟା ଗୁଡିକୁ ସମ୍ବେଦନତା ସହିତ ଗ୍ରହଣ କରାଯାଇ ନର୍ସିଂ ଅଫିସରମାନଙ୍କ ସହିତ ନିୟମିତ ଭାବରେ ଆଲୋଚନା କରାଯିବ। ନର୍ସିଂ ଅଫିସରଙ୍କ ସେବା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ସେମାନଙ୍କୁ ଆନ୍ଦୋଳନ ପଥରୁ ଓହରି ରୋଗୀମାନଙ୍କୁ ସେବା ଯୋଗାଇଦେବା ପାଇଁ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ନର୍ସିଂ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking