27.1 C
Bhubaneswar
Friday, September 27, 2024
Homeଓଡିଶାନଭେମ୍ବର ୧୬ ମୟୂରଭଞ୍ଜରେ ଛୁଟି

ନଭେମ୍ବର ୧୬ ମୟୂରଭଞ୍ଜରେ ଛୁଟି

ନଭେମ୍ବର : ନଭେମ୍ବର ୧୬ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ଛୁଟି ଘୋଷଣା । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ତାରିଖ କୁ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ପୂର୍ବରୁ ଏହି ଜିଲ୍ଲା ପାଇଁ ନଭେମ୍ବର ୨ ତାରିଖ କୁ ଦୀପାବଳି/କାଳିପୂଜା ପରଦିନ ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଏହି ଦିନକୁ ସରକାରୀ ଆଞ୍ଚଳିକ ଛୁଟି ଘୋଷଣା ନିମନ୍ତେ ପତ୍ର ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking