36.1 C
Bhubaneswar
Friday, March 27, 2026
Homeଅପରାଧଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବାରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ପରେ ୨ ପୁରୁଷ ବନ୍ଧୁ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking