28.1 C
Bhubaneswar
Monday, March 30, 2026
Homeଓଡିଶାବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରଵାସରେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଦ୍ବିତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ରବିବାର ସନ୍ଧ୍ୟାରେ ହଷ୍ଟେଲ ଅଧୀକ୍ଷକ ଛାତ୍ରାବାସରେ ତଦନ୍ତ କରୁଥିବା ଜଣାପଡିଛି। ବିଶ୍ବବିଦ୍ୟାଳୟର ନୂତନ ଛାତ୍ରାବାସ ତଥା ହଷ୍ଟେଲ ନଂ-୫ରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ ଶନିବାର ରାତିରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ସେଠାକୁ ଯାଇ ଛାତ୍ରଙ୍କୁ କିଛି ପଚରାଉଚରା କରିଥିଲେ।

ଯାହାକୁନେଇ ପ୍ରଥମ ବର୍ଷର ଛାତ୍ରମାନେ ଭୟଭୀତ ହୋଇଯାଇଥିଲେ। ଏହାପରେ ସେମାନଙ୍କୁ ରାଗିଂ ହୋଇଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଧାକର ପାତ୍ରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ତେଣୁ ରାଗିଂ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking