28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶକୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ; ୫୧ ଜଣଙ୍କ ମୃତ୍ୟୁ

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ; ୫୧ ଜଣଙ୍କ ମୃତ୍ୟୁ

ଇରାନ : ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ବିସ୍ଫୋରଣ ଘଟିଛି। ମିଥେନ ଗ୍ୟାସ୍ କାରଣରୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୫୧ ଜଣଙ୍କ ଜୀବନ ଚାଲିଯାଇଛି।

ଦକ୍ଷିଣ ଖୋରସାନାର ରାଜ୍ୟପାଳ ଅଲି ଆକବର ରହିମ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବ୍ଲକ୍ ବିରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହି ବ୍ଲକରେ ଥିବା ୪୭ ଜଣ ଶ୍ରମିକଙ୍କ ମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ସେହିପରି ଅନ୍ୟ ବ୍ଲକରେ ଉଦ୍ଧାରକାର୍ଯ୍ୟ ଚାଲିଥି। ରାଜ୍ୟପାଳ ରହିମ ଆହୁରି କହିଛନ୍ତି, ଦେଶର ୭୬% କୋଇଲା ଏହି ଅଞ୍ଚଳରୁ ମିଳିଥାଏ। ଏଠାରେ ମଦଞ୍ଜୁ କମ୍ପାନୀ ସମେତ ପ୍ରାୟ ୮ରୁ ୧୦ ଟି ବଡ଼ ବଡ଼ କମ୍ପାନୀ କାର୍ଯ୍ୟ କରୁଛନ୍ତି। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ତା’ର ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking