ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ଭୁବନେଶ୍ୱର ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଦିବା ୧୧ ଘଣ୍ଟା ସମୟରେ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ସଭାକୁ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିଲେ l “ମଧୁବାବୁ ଓ ଓଡ଼ିଆ ଅସ୍ମିତା” ଶୀର୍ଷକ ଆଲୋଚନାଚକ୍ରରେ ନିଜ ଅଭିଭାଷଣରେ ସଭାପତି ଶ୍ରୀ ଦାସ କହିଲେ ଯେ, ମଧୁବାବୁ ଭାଷାଭିତ୍ତିକ ଓଡ଼ିଶା ଗଠନରେ ମୁଖ୍ୟ ପୁରୋଧା ସାଜିଥିଲେ । ଅତ୍ୟନ୍ତ ସ୍ୱାଭିମାନୀ ଓ ଓଡ଼ିଆ ଅସ୍ମିତା ତାଙ୍କୁ ଯୁଗ ଯୁଗ ଧରି ଅମର କରି ରଖିବ । ସେ ନାରୀ ପ୍ରତିଭାର ବିକାଶ ଦିଗରେ ସର୍ବଦା ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ଜାତି ପ୍ରେମ ବିଷୟରେ ସମସ୍ତ ଓଡ଼ିଆ ଜାଣିବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ । ମଧୁବାବୁଙ୍କ ତ୍ୟାଗ ବଳିଦାନ ଓ ଅକଥନୀୟ ପରିଶ୍ରମ ମାଧ୍ୟମରେ ଓଡ଼ିଆଙ୍କୁ ସଂଗଠିତ କରି ନୂତନ ଓଡ଼ିଶା ପାଇଁ ବାଟ ଫିଟାଇଥିଲେ । ଆଜି ଆମର ଦାୟିତ୍ୱ ଅଛି ତାଙ୍କ କର୍ମପଥ ଅନୁସରଣ କରି କଂଗ୍ରେସକୁ ମଜଭୁତ କରିବା ଓ ସାଧାରଣ ଜନତାଙ୍କ ସେବା କରିବା ।
ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟବକ୍ତା ପ୍ରଫେସର ବିଜୟ କୁମାର ବହିଦାର କହିଲେ ଯେ, ମଧୁବାବୁ ଓଡ଼ିଆ ମାନଙ୍କୁ ସ୍ୱାବଲମ୍ବି କରିବାପାଇଁ ଓଡ଼ିଶାର ଦ୍ରବ୍ୟରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା ଲକ୍ଷ୍ୟରେ ଚେଷ୍ଟିତ ଥିଲେ । ବିଭିନ୍ନ କ୍ଷେତ୍ରରେ ଅସଫଳ ହେଉଥିଲେ ମଧ୍ୟ କେବେ ପଛଘୁଞ୍ଚା ଦେଉନଥିଲେ । ତାଙ୍କୁ ଓଡ଼ିଶାର ପ୍ରାଣ କହିଲେ ଅତ୍ୟୁକ୍ତି ହେବନାହିଁ । ଜନସାଧାରଣଙ୍କ ନିମନ୍ତେ ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥା ସ୍ଥାପନ କରିବାରେ ସେ ଚେଷ୍ଟିତ ଥିଲେ । ସାମଗ୍ରୀକ ଭାବରେ ଓଡ଼ିଶାର ସଂସ୍କୃତି, ଭାଷା, ସାମାଜିକ ସଂସ୍କାର, ନାରୀ ସ୍ୱାଧୀନତା ଓ ଶିଳ୍ପାୟନ ଆଦି କ୍ଷେତ୍ରରେ ନବଜାଗରଣ ସୃଷ୍ଟି କରିଥିଲେ ।
ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ଶିବାନନ୍ଦ ରାୟ ପ୍ରମୁଖ ମଧୁବାବୁଙ୍କ ପ୍ରଭା ଓ ପ୍ରତିଭା ସମ୍ପର୍କରେ ଅବତାରଣା କରିଥିଲେ । ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ନଳିନୀ ମହାନ୍ତି ମଧ୍ୟ ନିଜ ବକ୍ତବ୍ୟ ଉପସ୍ଥାପନ କରିବା ସହ ପିସିସି ଲିଗାଲ ବିଭାଗ ସଭାପତି ଶ୍ରୀ ରତିକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ନଗେନ୍ଦ୍ର ପ୍ରଧାନ, ଚିନ୍ମୟ ବେହୁରା, କିଶୋର ଜେନା, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ସିର୍ଦ୍ଧାଥ ସ୍ୱରୂପ ଦାଶ, ମିନାକ୍ଷୀ ବାହିନୀପତି, ସତ୍ୟବ୍ରତ ପାତ୍ର, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ପ୍ରଣତି ମିଶ୍ର, ୟାସିର ନୱାଜ, ଭାସ୍କର ସେଠୀ, ହଳଧର ସେଠୀ, ମାନସ ଆଚାର୍ଯ୍ୟ, ସଂଜୟ ମିଶ୍ର, ବାଙ୍କନିଧି ବେହେରା, ଲିଙ୍ଗରାଜ ସାହୁ, ଜୟଶ୍ରୀ ପଟ୍ଟନାୟକ, ତରୁଣ ମିଶ୍ର, ପ୍ରଭାସକର ମହାପାତ୍ର, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ଅଭୟ ସାହୁ, କାର୍ତ୍ତିକ ଚନ୍ଦ୍ର ବରାଳ, କୃଷ୍ଣଚନ୍ଦ୍ର ପତି, ପ୍ରଶାନ୍ତ ଚମ୍ପତ୍ତି, ଅମିତା ବିଶ୍ୱାଳ, ଦେବାଶିଷ ଭୁୟାଁ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ଯୋଗୀନାଥ ବାହୁବଳେନ୍ଦ୍ର, ଜୟକୃଷ୍ଣ ସୁବୁଦ୍ଧି, ରାଜୀବ ପଟ୍ଟନାୟକ, ରାଜକିଶୋର ବାରିକ, କାର୍ତ୍ତିକ ଚନ୍ଦ୍ର ବରାଳ, ପିନାକୀ ନାରାୟଣ ଦାସ, ବିଭୁ ପ୍ରସାଦ ମିଶ୍ର, ନିରଞ୍ଜନ ନାୟକ, ମିଲନ ପଟ୍ଟନାୟକ, ହିଂମାଶୁ ଲେଙ୍କା, ଶ୍ରୀୟାସ୍ମିତା ପଣ୍ଡା, ମୋହନ ହେମ୍ବ୍ରମ, ଶ୍ରେୟା ମହାନ୍ତି, ସୁଭାଷ ପ୍ରଧାନ, ପ୍ରଦୀପ ମହାପାତ୍ର, ସୁଧାଂଶୁ ଦେଓ, ଭୋକାଲି ସେଠୀ, ମୋଟରାଜ ଡୁଙ୍ଗଡୁଙ୍ଗ, ତାପସ ସେଠୀ, ଦେବେନ୍ଦ୍ର ପ୍ରସାଦ ଦାସ, ଅଜୟ ମହାପାତ୍ର, ନଳିନୀକାନ୍ତ ନାୟକ, ବଟକୃଷ୍ଣ ରାଉତରାୟ, ଲଲାଟେନ୍ଦୁ ଦାସ, ଖଗେଶ୍ୱର ମଲ୍ଲିକ, ଚାଲୁ ମଙ୍ଗରାଜ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର କର୍ମୀମାନେ ଯୋଗଦେଇଥିଲେ ।










