28.1 C
Bhubaneswar
Tuesday, April 28, 2026
Homeଓଡିଶାସରକାରୀସ୍ତରରେ ଆଧୁନିକ ପ୍ରଜନନ ସମ୍ବନ୍ଧୀୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଞ୍ଜୀକୃତ

ସରକାରୀସ୍ତରରେ ଆଧୁନିକ ପ୍ରଜନନ ସମ୍ବନ୍ଧୀୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଞ୍ଜୀକୃତ

ଭୁବନେଶ୍ୱର: ପିଜିଆଇଏମଇଆର ଏବଂ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଜ୍ଞାନ (Obstetrics & Gynaecology) ବିଭାଗକୁ Assisted Reproductive Technology (ART) Clinic (Level-1) ଭାବେ ପଞ୍ଜୀକରଣ ସାର୍ଟିଫିକେଟ ମିଳିଛି । ସହାୟକ ପ୍ରଜନନ ପ୍ରଯୁକ୍ତି (ART) ହେଉଛି ଏକ ଆଧୁନିକ ଚିକିତ୍ସା ପ୍ରଣାଳୀ, ଯାହା ଦ୍ୱାରା ସନ୍ତାନ ଲାଭରେ ସମସ୍ୟା ଥିବା ଦମ୍ପତିମାନଙ୍କୁ ସହାୟତା କରାଯାଏ।

ଏହି ପଞ୍ଜୀକରଣ Assisted Reproductive Technology (Regulation) Act, ୨୦୨୧ ଅନୁସାରେ ପ୍ରଦାନ କରାଯାଇଛି । ଏହାର ବୈଧତା ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୭ ଏପ୍ରିଲ ୨୦୩୧ ପର୍ଯ୍ୟନ୍ତ ରହିବ । ଏହି କ୍ଲିନିକ ମାଧ୍ୟମରେ ସରକାରୀ ସ୍ତରରେ ଆଧୁନିକ ପ୍ରଜନନ ସମ୍ବନ୍ଧୀୟ ସେବା ସୁଲଭ ହେବା ସହ ନିସନ୍ତାନ ଦମ୍ପତିମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବ । ଏହା ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ଏହା ଦ୍ୱାରା ରାଜ୍ୟରେ ART ସେବା ପ୍ରଦାନରେ ଗୁଣୋତ୍ତର ବୃଦ୍ଧି ସହ ନିୟମିତତା ଏବଂ ପାରଦର୍ଶିତା ସୁନିଶ୍ଚିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking