29.1 C
Bhubaneswar
Saturday, September 21, 2024
Homeଅପରାଧଚତୁର୍ଥ ଥର ଝିଅ ହେଲା ବୋଲି ଏମିତି କଲା ବାପା..

ଚତୁର୍ଥ ଥର ଝିଅ ହେଲା ବୋଲି ଏମିତି କଲା ବାପା..

ଉତ୍ତରପ୍ରଦେଶ : ଘରେ ସନ୍ତାନ ଟିଏ ହେଲେ ବାପା ମାଆଙ୍କଠୁ ଆରମ୍ଭ କରି ଘରର ସମସ୍ତ ସଦସ୍ୟ ବହୁତ ଖୁସି ହୋଇଯାନ୍ତି । କିନ୍ତୁ କିଛି ଲୋକଙ୍କ ମନରେ ଏବେ ବି ଘୃଣ୍ୟ ମାନସିକତା ରହିଛି । ବର୍ତ୍ତମାନ ସମୟରେ ବି ଝିଅ ହେବା କଥା ଶୁଣି ଲୋକମାନେ କେବଳ ଯେ ମନ ଦୁଃଖ କରୁଛନ୍ତି ତା ନୁହେଁ ନବଜାତ ଶିଶୁର ଜୀବନ ନବାକୁ ବି ପଛାଉ ନାହାନ୍ତି । ଆପଣଙ୍କୁ ଏକଥା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି କିଛି ସତରେ ଘଟିଛି । ଜଣେ ବ୍ୟକ୍ତିର ଝିଅ ହେବାରୁ ନିଜ ଜନ୍ମ କଲା ଛୁଆକୁ ଜୀବନରୁ ମାରି ଦେଇଛି । କଅଁଳା ଛୁଆଟି ଦୁନିଆ ଦେଖିବା ଆଗରୁ ହିଁ ବାପା ଝିଅର ଆଖିକୁ ସବୁଦିନ ପାଇଁ ବୁଜି ଦେଇଛି ।

ଜଣେ ବାପା ନିଜ ଛୁଆ ର ଜୀବନ କେମିତି ବା ନେଇପାରେ ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । କିନ୍ତୁ ନିଶାରେ ଚୁର ଥିବା ଝିଅର ବାପାକୁ କିଛି ବୁଝା ପଡ଼ିଲାନି । ତିନୋଟି ଝିଅ ପରେ ପୁଣି ଝିଅ ହେବା ପରେ ନିଜ ରାଗକୁ ସମ୍ଭାଳି ପାରିଲାନି ବାପା । ଚତୁର୍ଥ ଥର ଝିଅ ଜନ୍ମ ହାବାରୁ ରାଗରେ ଝିଅ ର ଜୀବନ ନେଲା ନୃଶଂସ ବାପା । ଝିଅକୁ ମାସେ ବି ପୁରି ନଥିଲା । ଆଉ ତା ଜୀବନ ନେଇଗଲା ସୈତାନ ବାପା । ବାପ ଝିଅ ଭିତରେ ଥିବା ସମ୍ପର୍କରେ କଳଙ୍କ ଲଗାଇଲା ବାପା । ଉତ୍ତରପ୍ରଦେଶରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଦିନ ଇଟାୱାରେ ରହୁଥିବା ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଥିବା ସୂଚନା ମିଳିଛି । ଏହି ଘୃଣ୍ୟ କାମ କରିବା ପରେ ପୋଲିସ ୩୦ ବର୍ଷିୟ ଅଭିଯୁକ୍ତ ବବଲୁ ଦିବାକରକୁ ଗିରଫ କରିଛି ।

ଏସଏସପି ସଞ୍ଜୟ କୁମାର ବର୍ମା କହିଛନ୍ତି ଯେ ପ୍ରଥମ ସ୍ତ୍ରୀର ଦୁଇଟି ଝିଅ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେ ଦ୍ୱିତୀୟ ଥର ବିବାହ କରିଥିଲା ଏବଂ ଦ୍ୱିତୀୟ ସ୍ତ୍ରୀ ପାଖରୁ ମଧ୍ୟ ପୁଣି ଝିଅ ହୋଇଥିଲା । ପୁଅ ପାଇଁ ଆଶା ରଖିଥିବା ଦିବାକର ମୁଣ୍ଡକୁ ପିତ୍ତ ଚଢ଼ିଥିଲା ଆଉ ନିଶାରେ ଥିବା ବେଳେ ମା କୋଳରୁ ଝିଅକୁ ଛଡାଇ ନେଇ ତାର ହତ୍ୟା କରିଥିଲା । ନବଜାତ ଶିଶୁକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ବୁଧବାର ଦିନ ଶିଶୁର ମୃତ୍ୟୁ ହୋଇଥିଲା । ପୋଲିସ କହିଛି ଯେ ବବଲୁର ସ୍ତ୍ରୀ ଦୀପୁଙ୍କ ଅଭିଯୋଗକୁ ଭିତ୍ତି କରି ଦିବାକର ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତାକୁ ଗିରଫ କରାଯାଇ ଜେଲକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking