32.1 C
Bhubaneswar
Saturday, September 21, 2024
Homeଓଡିଶାପୁଲିସ ଉପରକୁ କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ପୁଲିସ ଉପରକୁ କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ୱର : ଭରତପୁର ଥାନା ମେଜରଙ୍କ ବାନ୍ଧବୀଙ୍କ ଅସଦାଚରଣ ମାମଲା ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ ଆନ୍ଦୋଳନ କରାଯିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସ କର୍ମୀମାନେ ଅଗ୍ରସର ହେବାବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ କରି ଅଟକାଇଥିଲା । ସେତିକିବେଳେ କଂଗ୍ରେସ କର୍ମୀମାନେ ସେଠାରେ ଥିବା ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking