28.1 C
Bhubaneswar
Thursday, September 19, 2024
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ

ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲରମ୍ଭା ଗ୍ରାମର ହରିଜନ ପଡ଼ାରେ ଘଟିଛି ଅଭାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଚତୁର୍ଭୁଜ ନନ୍ଦଙ୍କ ଝିଅ ଆରତୀ ନନ୍ଦଙ୍କ ମୃତ୍ୟୁ ହୋଇଛି । ଚତୁର୍ଭୁଜ ଉକ୍ତ ଗ୍ରାମର ବାସିନ୍ଦା ଅଟନ୍ତି । ପ୍ରାୟ ୧ ରୁ ୨ ଟା ଭିତରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ଫଳରେ ସେ ଉଠିପଡ଼ି ସାପକୁ ଦେଖି ପରିବାର ବର୍ଗଙ୍କୁ କହିଥିଲେ। ସାପକୁ ମାରି ଦିଆଯାଇଥିଲା। ଆରତୀକୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବୁର୍ଲା ଫାଣ୍ଡି ଅଧିକାରୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ବ୍ୟବଚ୍ଛେଦ ପରେ ମୃତ ଶରୀରରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆରତୀ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ବୟସ ମାତ୍ର ୧୨ ବର୍ଷ। ଆରତୀଙ୍କ ଏହି ଆକସ୍ମିକ ମୃତ୍ୟୁରେ ବାପା ମାଆ ତଥା ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking