22.1 C
Bhubaneswar
Sunday, February 15, 2026
Homeଓଡିଶାଆଜି ମୋହନ ସରକାରକୁ ୧୦୦ ଦିନ

ଆଜି ମୋହନ ସରକାରକୁ ୧୦୦ ଦିନ

ଭୁବନେଶ୍ୱର : ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି। ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ୟ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ୟ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହେବେ।ସରକାରର ଶହେ ଦିନ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ସହ ରତ୍ନଭଣ୍ଡାର ବି ଖୋଲାଯାଇଛି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତାର ପ୍ରଥମ କିସ୍ତି ବି ମିଳିଛି। ଏହାରି ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ କମିଟି ଗଠନ ହୋଇ ଆଇନଗତ ଦିଗକୁ ତର୍ଜମା କରୁଛି।ଏସବୁ ଉପଲବଧିକୁ ନେଇ ପ୍ରସ୍ତୁତ ରିପୋର୍ଟ କାର୍ଡକୁ ରାଜ୍ୟବାସୀଙ୍କୁ ଦେବେ ମୋହନ ସରକାର। ପୁରୀରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ପରେ ୨୦ରୁ ୨୨ ତାରିଖ ଯାଏଁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ସ୍ୱତନ୍ତ୍ର କାର୍ୟ୍ୟକ୍ରମ। ଏଥିପାଇଁ  ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking