34.1 C
Bhubaneswar
Saturday, May 9, 2026
Homeଓଡିଶାରାଜ୍ୟ ସମବାୟ ବ୍ୟାଙ୍କ କାର୍ଯ୍ୟାବଳୀର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବଳସାମନ୍ତ

ରାଜ୍ୟ ସମବାୟ ବ୍ୟାଙ୍କ କାର୍ଯ୍ୟାବଳୀର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବଳସାମନ୍ତ

 ମୋବାଇଲ୍‌, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ପେମେଣ୍ଟ ଆଦି ସେବା ଯୋଗାଇଦେବାକୁ ନିଆଯିବ ପଦକ୍ଷେପ

 ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ କ୍ରେଡିଟ୍ ଡିପୋଜିଟ୍ ଅନୁପାତରେ ଅଣାଯିବ ସଂସ୍କାର
 ଖାଲି ପଡ଼ିଥିବା ପଦବୀ ହେବ ପୂରଣ, ଭିତ୍ତିଭୂମିକୁ କରାଯିବ ସୁଦୃଢ଼

ଭୁବନେଶ୍ୱର : ଆଜି ସମବାୟ ବିଭାଗ ସମ୍ମିଳନୀ କକ୍ଷରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷl ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସମବାୟ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ, ସମୟ ସହ ତାଳ ଦେଇ ଚାଲିବାକୁ ହେଲେ ବ୍ୟବସାୟିକ ବ୍ୟାଙ୍କରେ ଉପଲବ୍ଧ ଥିବା ସମସ୍ତ ପ୍ରକାର ଗ୍ରାହକ ସେବା ଆମକୁ ଯୋଗାଇ ଦେବାକୁ ହେବ । ମୋବାଇଲ୍ ବ୍ୟାଙ୍କିଙ୍ଗ୍‌, ଇଂଟରନେଟ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ପେମେଂଟ୍ ଆଦି ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟରେ ଆର୍ଥିକ ସନ୍ତୁଳନ ରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କ୍ରେଡିଟ୍ ଡିପୋଜିଟ୍ ଅନୁପାତରେ ସଂସ୍କାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତିରେ ଖାଲିପଡ଼ିଥିବା ପଦବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ, ଚାଷ ଓ ଚାଷୀଙ୍କ ଉନ୍ନତି ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ରାଜ୍ୟ ସମବାୟ ବ୍ୟାଙ୍କର ସହଭାଗିତା ଅତ୍ୟନ୍ତ ଜରୁରୀ । ୨୦୨୨-୨୩ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ଶସ୍ୟ ଋଣ ଦିଆଯାଇଥିବା ବେଳେ ୨୦୨୩-୨୪ ବର୍ଷରେ ୩୬.୩୧ ଚାଷୀଙ୍କୁ ଋଣ ଦିଆଯାଇଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୧୭.୭୫ ଲକ୍ଷ ଚାଷୀଙ୍କୁ ୧୮୬୦୬.୨୮ କୋଟି ଟଙ୍କାର ଶସ୍ୟ ଋଣ ଦିଆସରିଛି l

ଏହି ସମୀକ୍ଷା ବୈଠକରେ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ କୁମାର ଦାଶ, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଯୁଗ୍ମ ଶାସନ ସଚିବ ସଂଗ୍ରାମ କିଶୋର ରାଉତ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ କୁଳମଣି ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ ପ୍ରଭୁ କଲ୍ୟାଣ ପଟ୍ଟନାୟକ, ମହାପ୍ରବନ୍ଧକ ଅଶୋକ ଦାସ ଓ ପ୍ରବୋଧ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking