29.1 C
Bhubaneswar
Saturday, May 9, 2026
Homeଓଡିଶାଝାଡ଼ାବାନ୍ତି ଓ ଜ୍ଵରରେ ୫ ମୃତ, ବହୁ ଆକ୍ରାନ୍ତ

ଝାଡ଼ାବାନ୍ତି ଓ ଜ୍ଵରରେ ୫ ମୃତ, ବହୁ ଆକ୍ରାନ୍ତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ଓ ଜ୍ଵରରେ ୪ ମୃତ ବହୁ ଆକ୍ରାନ୍ତ ଘଟଣା ଦୈନିକ ଖବର କାଗଜ ‘ସମାଜ’ ଖବର କାଗଜରେ ପ୍ରକାଶ ପାଇବା ପରେ ଲାମ୍ବେରି ଗ୍ରାମରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ । ଗତକାଲି ଜିଲା ଜନସ୍ଵାସ୍ଥ୍ୟ ଅଧିକାରୀଣି ମମତା ଚୌଧୁରୀ, ଜିଲା ମହାମାରୀ ବିଶେଷଜ୍ଞ ଡକ୍ଟର ଶ୍ରୀନିବାସ ସାହୁ, ଜିଲା ସ୍ୱାସ୍ଥ୍ୟ ପରିଦର୍ଶକ ସୁରେଶ କୁମାର ପଣ୍ଡା, ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ୟରଞ୍ଜନ କର, ଡାକ୍ତର ଅନ୍ନପୂର୍ଣ୍ଣା ତାଣ୍ଡି, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ନମ୍ବ୍ରତା ମହନ୍ତ, ମ୍ୟାଲେରିଆ ପରିଦର୍ଶକ ଶ୍ରୀନିବାସ ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମଲତା ଭି ଭି, ଅଙ୍ଗନୱାଡି କର୍ମୀ ପ୍ରମୁଖ ଗସ୍ତ କରି ଗ୍ରାମରେ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା କରିବା ପରେ ଗୁରୁତର ହୋଇଥିବା ରୁପା ନାଚିକା (୪୫)ଙ୍କୁ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାକୁ ମିଶାଇ ୫ଜଣଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମ ନିକଟରେ ଥିବା ନାଳରେ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରିଥିଲେ। ରୋଗୀଙ୍କୁ ଚିକିତ୍ସା କରି ଗ୍ରାମରେ ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ। ଗ୍ରାମରେ ବିଶୁଦ୍ଧ ପାନୀୟ ଖରାପ ଯୋଗୁଁ ଏହି ରୋଗ ହୋଇଥିଲା। ବର୍ତ୍ତମାନ ପୁରୁଣା ରୋଗୀ ରହିଛନ୍ତି କିନ୍ତୁ ନୂତନ ରୋଗୀ ନାହାନ୍ତି ନିୟନ୍ତ୍ରଣ ଅବସ୍ଥାରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଦଳକୁ ୭ ଦିନ ଧରି ରହି ରୋଗୀ ଚିକିତ୍ସା କରିବା ପାଇଁ ନିର୍ଦେଶ ରହିଛି। ବର୍ତ୍ତମାନ ଡାକ୍ତରୀ ଦଳ ରହି ଚିକିତ୍ସା ଚଳାଇଥିବା ସୂଚନା ମିଳିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ନଳକୂପ ଗୁଡିକରେ ବ୍ଲିଚିଙ୍ଗ ପକାଇ ଥିଲେ। ଝାଡାବାନ୍ତି ଓ ଜ୍ଵରରେ ୫ଜଣଙ୍କ ମୃତ୍ୟୁ ଓ ବହୁ ଆକ୍ରାନ୍ତ ପରେ ପାଖ ପଡିଶାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ ବନ୍ଧୁ ବାନ୍ଧବ ସାହି ପଡିଶା ଭୟ କରି କେହି ଯାଉନାହାଁନ୍ତି। ସେହି ଗାଁକୁ ଗଲେ ଆମ ଗାଁରେ ମଧ୍ୟ ଏହି ରୋଗ ବ୍ୟାପିବ ବୋଲି କହି ଆସୁନ ଥିବା ଲାମ୍ବେରିବାସୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking