24.1 C
Bhubaneswar
Sunday, April 5, 2026
Homeଓଡିଶାରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନର ଧକ୍ଷତା ପ୍ରତି ଯୋଗିତl

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନର ଧକ୍ଷତା ପ୍ରତି ଯୋଗିତl

ଯାଜପୁର : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ଆହ୍ବାନ କ୍ରମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଉପରେ ଦକ୍ଷତା ପ୍ରତିପାଦନ ପାଇଁ ଜିଲ୍ଲାସ୍ତରୀୟ ବିଜ୍ଞାନ ଓ କୁଇଜ ପ୍ରତିଯୋଗିତା ମାନ ଆୟୋଜନ କରାଯାଉଛି l ଏହି ଅବସରରେ ଯାଜପୁରରେ ଜିଲ୍ଲା ଶିକ୍ଷା ବିଭାଗ ନେତୃତ୍ୱରେ କୋରେଇ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଏନ.ସି. ହାଇସ୍କୁଲ ଓ ଶଶୀଭୁଷଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ସମ୍ବନ୍ଧୀୟ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଉନ୍ମୋଚନ କରିବା ଏଭଳି ପ୍ରତିଯୋଗିତା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ ମନ୍ତବ୍ୟ ଦେଇଛନ୍ତି l ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ତଥା ଆବିଷ୍କାରକ ଚିନ୍ତାଧାରା ଜାଗ୍ରତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ଏନ.ସି. ହାଇସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଦେହୁରୀ, ଶଶିଭୂଷଣ ବାଳିକା ଉଚ୍ଚବିଦ୍ୟାଳୟର ଜୟନ୍ତୀ ବେହେରା, ବୈତରଣୀ ରୋଡ ହାଇସ୍କୁଲର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ସାହୁ, ରଘୁନାଥ ସାହୁ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ମହେଶ୍ବର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏଥିସହିତ ବିଜୟ କୁମାର ପରିଡ଼ା, ରଶ୍ମିତା ପଣ୍ଡା, କଳ୍ପିତା ସାହୁ, ଅନିଲ କୁମାର ସେଠୀ, ପ୍ରଦୀପ କୁମାର ସାହୁ, ପ୍ରଭାକର ଜେନା ପ୍ରମୁଖ 17ଟି ସାଧନ କେନ୍ଦ୍ରର ସଂଯୋଜକ ମାନେ ଉପସ୍ଥିତ ରହି ଏହାର ପରିଚାଳନାରେ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking