14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଟ୍ରକ୍‌-ବସ୍ ଧକ୍କା, ୮ମୃତ

ଟ୍ରକ୍‌-ବସ୍ ଧକ୍କା, ୮ମୃତ

ଅମରାବତୀ : ଆନ୍ଧ୍ରପ୍ରଦେଶ ଆଞ୍ଚଳିକ ରାଜ୍ୟ ପରିବହନ ନିଗମର ଏକ ବସ୍ କିଛି ଯାତ୍ରୀଙ୍କୁ ତିରୁପତିରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଏହି ଭୟାବହ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ସରକାରୀ ବସ୍‌ଟି ଜାତୀୟ ରାଜପଥର ମୋଗିଲି ଘାଟ ନିକଟରେ ଭାରସାମ୍ୟ ହରାଇଥିଲା ଏବଂ ରାସ୍ତାରେ ଯାଉଥିବା ଅନ୍ୟ ଏକ ମାଲ୍ ବୋଝେଇ ଟ୍ରକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଖବରପାଇ ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରାଯାଇଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ ଘଟଣାର ସମୀକ୍ଷା କରିଛନ୍ତି ଓ ଆହତଙ୍କୁ ଯୋଗାଇ ଦିଆଯାଇଥିବା ମେଡିକାଲ ଚିକିତ୍ସା କଥା ପଚାରି ବୁଝିଛନ୍ତି। ଚିତ୍ତୋର ଜିଲ୍ଲାପାଳ ସୁମିତ କୁମାର କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking