17.1 C
Bhubaneswar
Thursday, December 18, 2025
Homeଓଡିଶା୭ ଦିନରେ କାର୍ଯ୍ୟକାରିତା ରିର୍ପୋଟ ଦିଅ : ଅରବିନ୍ଦ ପାଢ଼ୀ

୭ ଦିନରେ କାର୍ଯ୍ୟକାରିତା ରିର୍ପୋଟ ଦିଅ : ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଲୁହଳ କଢେ଼ଇରେ ରୋଷେଇ ହେବା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଦେ୍ର୍ଧଶ ଦେଇଛନ୍ତି । ଲୁହା କଢେ଼ଇ ଜବତ କରିବା ସହ  ୭ଦିନରେ କାର୍ଯ୍ୟକାରିତା ରିପୋର୍ଟ  ଦେବାକୁ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଛନ୍ତି । ସୁଆର ମହାସୁଆର, ରୋଷ ପାଇକ ନିଯୋଗ ଓ ରୋଷ ଅମିନଙ୍କୁ ଏହି ନିଦେ୍ର୍ଧଶ ଦିଆଯାଇଛି । ଏଥିସହ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର  ଓ ଦେଉଳକରଣ ରୋଷଘର ପରଖିବେ । ପ୍ରକାଶ ଯେ  ଶ୍ରୀଜଗନ୍ନାଥ ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା। ମହାପ୍ରଭୁଙ୍କ ପାଇଁ ଲୁହା କଡେଇରେ ପ୍ରସ୍ତୁତ ହେଉଛି ଅନ୍ନ ମହାପ୍ରସାଦ। ଏଭଳି ପରମ୍ପରା ବିରୋଧୀ କାର୍ୟ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। କରୋନା ମହାମାରୀ ସମୟରୁ ପ୍ରାୟ ପାଞ୍ଚ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ରୋଷଶାଳା ଏଭଳି ଅଘଟଣ ଚାଲିଛି। ନିଯୋଗର ଜଣେ କର୍ମକର୍ତ୍ତା ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଆବଶ୍ୟକତା ଅନୁଯାୟୀ ମାଟି ହାଣ୍ଡି ମିଳୁନଥିବା ଆଳକରି କେତେକ ସୁଆର ସେବକ ଏଭଳି ପରମ୍ପରା ବିରୋଧୀ କାର୍ୟ୍ୟ କରିଥିବା ସେ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଶ୍ରୀମନ୍ଦିର ରୋଷଶାଳାରେ ଚୁଲିରେ ମାଟି କୁଡ଼ୁଆରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଗୋଟିଏ ଚୁଲିରେ ଏକକାଳୀନ ଛଅ ଗୋଟି ମାଟି କୁଡୁଆ ବସାଯାଏ। ସେଥିରୁ ବାଇହାଣ୍ଡି ସମେତ ଅନ୍ୟ ମାଟି କୁଡୁଆକୁ ଅନ୍ନ ସ୍ଥାନାନ୍ତର କରାଯାଏ। ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ନାହିଁ। ଏହା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ, କିନ୍ତୁ ସେଥିରେ ରୋଷେଇ ଅଧିକ ସହଜ ହେଉଥିବାରୁ କେତେକ ସୁଆର ସେବକ ଏହି ପରମ୍ପରା ବିରୋଧୀ ବ୍ୟବସ୍ଥା ପାଞ୍ଚବର୍ଷ ଧରି ଆପଣେଇଛନ୍ତି। ଏହାକୁ ନେଇ ସୁଆର ମହାସୁଆର ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏଭଳି ପରମ୍ପରା ବିରୋଧୀ କାର୍ୟ୍ୟ କରି କେତେକ ସୁଆର ସେବକ ପ୍ରଭୁଙ୍କ ପ୍ରତି ଅସମ୍ମାନ କରିବା ସହ ଭକ୍ତଙ୍କ ଭାବାବେଗକୁ ଗଭୀର ଭାବେ ଆଘାତ ଦେଇଛନ୍ତି। ତେଣୁ ଏହି ଅଭିଯୋଗର ତୁରନ୍ତ ତଦନ୍ତ କରାଯିବା ସହ ଶହ ଶହ ବର୍ଷର ପରମ୍ପରା ଭଙ୍ଗ କରୁଥିବା ସେବକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking