30.1 C
Bhubaneswar
Thursday, March 19, 2026
Homeଓଡିଶାସୁଭଦ୍ରା’ ଯୋଜନା ସମୀକ୍ଷା ସମ୍ବନ୍ଧୀୟ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ଜନସାଧାରଣଙ୍କୁ ସଠିକ ସୂଚନା ପ୍ରଦାନ ଉପରେ...

ସୁଭଦ୍ରା’ ଯୋଜନା ସମୀକ୍ଷା ସମ୍ବନ୍ଧୀୟ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ଜନସାଧାରଣଙ୍କୁ ସଠିକ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ପ୍ରସ୍ତାବ

‘ଭୁବନେଶ୍ୱର, : ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟାନ୍ୱୟନ ସମୀକ୍ଷା ସମ୍ବନ୍ଧୀୟ ମନ୍ତ୍ରିମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମହିଳା ଶିଶୁ ବିକାଶ ବିଭାଗ ଓ ସମାଜ କଲ୍ୟାଣ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଶା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ଓ ଯୋଜନାର ପ୍ରଚାର, ପ୍ରସାର ଓ ଯୋଗାଯୋଗ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜନସାଧାରଣଙ୍କୁ ସଠିକ୍‌ ସୂଚନା ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ । ହୋର୍ଡିଂ, ବ୍ୟାନର, ଲିଫଲେଟ ଓ ରେଡିଓ ଗୀତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା । ଗାଁ ଗାଁରେ ‘ସୁଭଦ୍ରା ସଚେତନ ରଥ’ ଦ୍ୱାରା ଜନସାଧାରଣଙ୍କୁ ‘ସୁଭଦ୍ରା’ ଯୋଜନା ବିଷୟରେ ଅବଗତ କରାଯାଉଛି । ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହାତ ହେବାରୁୁ ଫର୍ମ ପଞ୍ଜିକରଣ ବାଧାପ୍ରାପ୍ତ ହୋଇଥିଲା । ଆଗାମୀ ଦିନରେ ଏହାର ସଂଖ୍ୟା ବଢିବା ସହ କମ୍‌ ସମୟ ମଧ୍ୟରେ ‘ସୁଭଦ୍ରା’ ଯୋଜନାରେ ଅଧିକରୁ ଅଧିକ ପଞ୍ଜିକରଣ ପାଇଁ ପ୍ରୟାସ ଜାରି ଅଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାସ୍ତରରେ ଆଭାସି ମାଧ୍ୟମରେ ଏହି ଯୋଜନାର ସମୀକ୍ଷା କରାଯିବାକୁ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking