42.9 C
Bhubaneswar
Wednesday, June 10, 2026
Homeଓଡିଶାବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ; ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍...

ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ; ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ: ବିଜେଡି

ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ଓ ୧୦ଟି ହାଜତ ମୃତୁ୍ୟର ଅପବାଦ ମୁଣ୍ଡାଇଲା ପରେ, ପୋଲିସ ଡିଜି ୧୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ୧୭ଟି ଜିଲ୍ଲାକୁ ସୁପରଭାଇଜ୍ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହା ସ୍ପଷ୍ଟ କରୁଛି ରାଜ୍ୟରେ ପୋଲିସ ପ୍ରଶାସନ ଠିକ୍ ଭାବେ କାର୍ଯ୍ୟ କରୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ପୋଲିସ୍ ଷ୍ଟେସନ ଗୁଡ଼ିକ ଯେମିତି ଶାସକ ଦଳର ଅଫିସ୍ ଭଳି କାମ କରୁଛି, ସେଥିରେ ପରିବର୍ତ୍ତନ ଆସିବା ଆବଶ୍ୟକ । ସାରା ରାଜ୍ୟରେ ଶାସକ ଦଳର ପ୍ରୋତ୍ସାହନରେ ଅବୈଧ ଲଘୁ ଖଣିଜ (ବାଲି, ଗୋଡ଼ି, ମୋରମ) ଉତ୍ତୋଳନ ଯେପରି ନିର୍ବିଘ୍ନରେ ଚାଲିଛି, ତଦ୍ଦ୍ୱାରା ନିଷ୍ଠାପର ପୋଲିସ୍ ଅଧିକାରୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ଅନେକ କ୍ଷେତ୍ରରେ ସେମାନେ ମାଫିଆମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି । କିଛି ଦିନ ତଳେ କଟକରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ବାଲି ମାଫିଆ ମାନେ ମାରି ଦେଇଥିବାର ନଜିର ଅଛି । ଅପରପକ୍ଷରେ ଶାସକ ଦଳର ଇଙ୍ଗିତରେ କାମ କରୁଥିବା ପୋଲିସ୍ ଅଧିକାରୀ ମାନେ ମାଲାମାଲ୍ ହେବା ସହ ମାନବିକ ଅଧିକାର ଉଲ୍ଲଙ୍ଘନର ସବୁ ସୀମା ଅତିକ୍ରମ କରୁଛନ୍ତି ।ଡ. ମହାନ୍ତି କହିଛନ୍ତି, ଅନେକ କ୍ଷେତ୍ରରେ ପୋଲିସ୍ର ବର୍ବରତା ଓ ଅମାନବୀୟ ଆଚରଣ ଲୋକେ ଦେଖୁଛନ୍ତି । ବାରଙ୍ଗ, ବାଲିଅନ୍ତା, କବିସୂର୍ଯ୍ୟନଗର ଏବଂ ଆଜି ଭଦ୍ରକ ପୋଲିସ୍ର ଅମାନବୀୟ ଆଚରଣରେ ରାଜ୍ୟବାସୀ ସ୍ତବ୍ଧ । ଡିଜି ମହାଶୟଙ୍କ ଆଜିର ନିଷ୍ପତ୍ତି ଦ୍ୱାରା ଯଦି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ପୋଲିସ୍ର ଥାର୍ଡ ଡିଗ୍ରୀ ବ୍ୟବହାର ବନ୍ଦ ହୋଇପାରିବ, ତେବେ ନିଶ୍ଚିତ ଭାବେ ରାଜ୍ୟବାସୀ ଆଶ୍ୱସ୍ତ ହେବେ । ଆଜି ମଧ୍ୟ ବେଆଇନ ବାଲି ଉତ୍ତୋଳନ ସାରା ରାଜ୍ୟରେ ଖୋଲାଖୋଲି ଚାଲିଛି । ଯଦିଓ ଡିଜି ଏବଂ ମୁଖ୍ୟମନ୍ତ୍ରୀ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ କହିଆସୁଛନ୍ତି, ପୋଲିସ ବ୍ୟବସ୍ଥା ପ୍ରତି ଶାସକ ଦଳର ନେତା ଓ ମାଫିଆ ମାନେ ଭ୍ରୁକ୍ଷେପ କରୁନାହାନ୍ତି ।ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୁପରଭିଜନ ଦ୍ୱାରା ରାଜ୍ୟର ଆଇନ ଶୃଙ୍ଖଳା ଓ ପୋଲିସ୍ର ବ୍ୟବହାରରେ ପରିବର୍ତ୍ତନ ଆସିବା ଆବଶ୍ୟକ । ନଚେତ ସରକାରଙ୍କ ଏହା ଆଉ ଗୋଟିଏ ଧୂଅାଁବାଣ ବୋଲି ସାବ୍ୟସ୍ତ ହେବ । ବିଳମ୍ବରେ ହେଲେ ମଧ୍ୟ ପୋଲିସ୍ ଡିଜି ଏହି ନିଷ୍ପତ୍ତି ନେଇ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି ସ୍ୱୀକାର କରିଛନ୍ତି । ଆମେ ଆଶା କରୁଛୁ ଏହି ନିଷ୍ପତ୍ତି ଦ୍ୱାରା ପରିସ୍ଥିତିରେ ନିଶ୍ଚିତ ସୁଧାର ଆସିବ ବୋଲି ଡ. ମହାନ୍ତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking