28.3 C
Bhubaneswar
Wednesday, July 29, 2026
Homeଓଡିଶା୧୭ତମ ସିଏସ୍‌ସି ଦିବସ ପାଳନ ଅବସରରେ ଡିଜିଟାଲ୍ ଓଡ଼ିଶା ଗଠନରେ ସିଏସ୍‌ସିର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇଲେକ୍ଟ୍ରୋନିକ୍ସ...

୧୭ତମ ସିଏସ୍‌ସି ଦିବସ ପାଳନ ଅବସରରେ ଡିଜିଟାଲ୍ ଓଡ଼ିଶା ଗଠନରେ ସିଏସ୍‌ସିର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ

“ରାଜ୍ୟ ସରକାରଙ୍କର ୨ ବର୍ଷ ମଧ୍ୟରେ ଇନସେଣ୍ଟିଭ ୧ କୋଟି ଟଙ୍କାରୁ ୬.୫ କୋଟି ଟଙ୍କା ବୃଦ୍ଧି”
ଭୁବନେଶ୍ୱର: ଭୁବନେଶ୍ୱରଠାରେ ଆୟୋଜିତ ୧୭ତମ କମନ୍ ସର୍ଭିସ ସେଣ୍ଟର (CSC) ଦିବସ ପାଳନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାଏକ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ଗତ ୧୭ ବର୍ଷ ଧରି ସିଏସସି ଏସପିଭି (CSC SPV) ଦେଶବ୍ୟାପୀ ଡିଜିଟାଲ୍ ସମାବେଶର ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଛି । ଡିଜିଟାଲ୍ ଇଣ୍ଡିଆ ଅଭିଯାନକୁ ଗାଁରୁ ଗାଁ ଓ ଘରରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାରେ ସିଏସସି (CSC) ଗୁରୁତ୍ୱପୂର୍ଣ୍ଣ ସେତୁ ପାଲଟିଛି। ସରକାରୀ ସେବା, ବ୍ୟାଙ୍କିଂ, ଡିଜିଟାଲ୍ ଶିକ୍ଷା, ଟେଲିମେଡିସିନ୍, ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ ଗ୍ରାମାଞ୍ଚଳରେ ସଫଳତାର ସହ ପହଞ୍ଚାଇ ଡିଜିଟାଲ୍ ବ୍ୟବଧାନ ଦୂର କରିବା ସହ ଲକ୍ଷ ଲକ୍ଷ ଗ୍ରାମୀଣ ଉଦ୍ୟମୀଙ୍କୁ ସଶକ୍ତ କରିଛି ।

ସେ କହିଥିଲେ ଯେ, ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟପତ୍ର, ଟେଲି-ପରାମର୍ଶ ଓ ଆଧୁନିକ ସ୍ୱାସ୍ଥ୍ୟସେବାର ସୁବିଧା ପାଇବାରେ ସକ୍ଷମ ହୋଇଛନ୍ତି। ଏହା ଗ୍ରାମୀଣ ସ୍ୱାସ୍ଥ୍ୟସେବାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରୟାସରେ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ଦ୍ୱାରକୁ ଡିଜିଟାଲ୍ ସେବା ପହଞ୍ଚାଇବା ଦିଗରେ ରାଜ୍ୟ ଦୃଢ଼ ପଦକ୍ଷେପ ନେଇଛି। ବର୍ତ୍ତମାନ ରାଜ୍ୟରେ ୪୫ ହଜାରରୁ ଅଧିକ CSC କେନ୍ଦ୍ର ଡିଜିଟାଲ୍ ପରିବର୍ତ୍ତନର ନୂତନ ଇତିହାସ ରଚନା କରୁଛି।

ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କ ପଞ୍ଜୀକରଣ, ୧.୭୬ କୋଟିରୁ ଅଧିକ ଆୟୁଷ୍ମାନ୍ ଭାରତ କାର୍ଡ ବଣ୍ଟନ,ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୮ ଲକ୍ଷରୁ ଉର୍ଦ୍ଧ ପଞ୍ଜୀକରଣ, ଇ-ଶ୍ରମ, ପିଏମ୍ ବିଶ୍ୱକର୍ମା, ଫସଲ ବୀମା, ଡିଜିଟାଲ୍ ସାକ୍ଷରତା, ଟେଲିମେଡିସିନ୍ ଓ ବିଭିନ୍ନ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବାରେ CSC ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ବିଶେଷକରି ଗ୍ରାମୀଣ ଓ ଜନଜାତି ଅଞ୍ଚଳରେ CSC ଆଜି ଆଶା, ସ୍ୱାସ୍ଥ୍ୟ ଓ ଉନ୍ନତିର ବିଶ୍ୱସନୀୟ କେନ୍ଦ୍ରରେ ପରିଣତ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।

ବିକଶିତ ଭାରତ ଏବଂ ଡିଜିଟାଲ୍ ଓଡ଼ିଶା ଗଠନରେ CSCର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଗ୍ରାମକୁ ଡିଜିଟାଲ୍ ସେବା ସହିତ ସଂଯୋଗ କରିବା, ସରକାରୀ ସେବାକୁ ସହଜ ଓ ସ୍ୱଚ୍ଛ ଭାବେ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା, ଡିଜିଟାଲ୍ ସ୍ୱାସ୍ଥ୍ୟ ଓ ଆର୍ଥିକ ସମାବେଶକୁ ସୁଦୃଢ଼ କରିବାରେ CSC ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶବ୍ୟାପୀ ପ୍ରାୟ ୨ ଲକ୍ଷ ଗ୍ରାମ ସ୍ତରର ଉଦ୍ୟୋଗୀ (Village Level Entrepreneur)ଙ୍କ ପାଇଁ ଜୀବିକା ସୃଷ୍ଟି ସହ CSC ପ୍ରାୟ ୧୨,୮୦୦ କୋଟି ଟଙ୍କାର ବ୍ୟବସାୟ କରି ଅନ୍ତ୍ୟୋଦୟରୁ ବିକାଶ ଏବଂ ବିକାଶରୁ ବିକଶିତ ଭାରତ ଗଠନ ଦିଗରେ ନିଜର ଅବଦାନକୁ ଆହୁରି ସୁଦୃଢ଼ କରିଛି। ଦୁଇ ବର୍ଷ ପୂର୍ବରୁ ଯେଉଁଠାରେ ୧ କୋଟି ଟଙ୍କାର ଇନସେଣ୍ଟିଭ୍ ପ୍ରଦାନ କରାଯାଉଥିଲା, ବର୍ତ୍ତମାନ ତାହା ବୃଦ୍ଧି ପାଇ ୬.୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା CSC ନେଟୱର୍କର ସଫଳତା ଓ ବିସ୍ତାରର ପ୍ରତୀକ ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking