31 C
Bhubaneswar
Saturday, June 6, 2026
Homeଓଡିଶାଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର ଓ ଆସବାବପତ୍ର

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର ଓ ଆସବାବପତ୍ର

ରାହାମା: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ବଣିକୁନ୍ଦ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରୁ ଶଙ୍କର ମଲ୍ଲିକଙ୍କ ୪ ବଖରା ଚାଳଘର ପୋଡ଼ି ଭସ୍ମୀଭୂତ ହୋଇଛି।  ଗତକାଲି ବିଳମ୍ବିତ ରାତି  ପ୍ରାୟ ୨ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।ଶଙ୍କରଙ୍କ ପରିବାର ଶୋଇଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି। ଏକ ସ୍କୁଟି, ଦୁଇଟି ସାଇକେଲ, ପୋଷାକପତ୍ର, ପିଲାଙ୍କ ପାଠ୍ୟ ପୁସ୍ତକ, ପଙ୍ଖା, ଧାନ ଚାଉଳ,ଖଟ ଆଲମିରା, ବାସନକୁସନ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପୋଡ଼ି ଭସ୍ମୀଭୂତ ହୋଇଛି। ପାଖରେ ଥିବା ଗାଈ ଗୁହାଳରେ ୨ଟି ଗାଈ ସୁରକ୍ଷିତ ଅବସ୍ଥାରେ ଗାଁ ଲୋକ ଉଦ୍ଧାର କରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ସବୁ ଜଳିଗଲା ପରେ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ପାଉଁଶକୁ ଦମକଳ ସାହାଯ୍ୟରେ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ପଙ୍କପାଳ ସରପଞ୍ଚ ସରୋଜ ସେଠୀ ଓ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା  ୫୦୦୦ ଟଙ୍କା ପ୍ରଦାନ କରି ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ପ୍ରପୀଡି଼ତ ପରିବାର ସଦସ୍ୟଙ୍କୁ ସାନ୍ତନା ଦେଇଥିଲେ ଓ ଜରୁରୀ କାଳୀନ ପରିସ୍ଥିତି ଭିତରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking