28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବିବାହିତ ମହିଳାଙ୍କୁ ମାଡ ମାରି ଗଣଦୁର୍ଷ୍କମ!

ବିବାହିତ ମହିଳାଙ୍କୁ ମାଡ ମାରି ଗଣଦୁର୍ଷ୍କମ!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିଲ୍ଲୀ ନିର୍ଭୟାକାଣ୍ଡ ଭଳି ଘଟଣା ସାମନାକୁ ଆସିଛି । କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ଜଣେ ବିବାହିତ ମହିଳାଙ୍କୁ ମାଡ ମାରି ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ ଡାକ୍ତରୀ ମାଇନା କରିବା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ । ଏଥିରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୀଡିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟଙ୍କା ଧାର ନେଇଥିଲେ ।

ସେହି ଟଙ୍କା ସେ ମାଗିବାରୁ କୋଦଳା ଯାଇ ଟଙ୍କା ଆଣିବାକୁ ଆଶ୍ୱାସନା ଦେଇ ଏକ କାର ଭଡାରେ ନେଇ ମହିଳାଙ୍କୁ ସାଙ୍ଗରେ ନେଇଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି । ହେଲେ କବିସୂର୍ଯ୍ୟନଗର ଥାନାର ଖଇରପଲ୍ଲୀ ଜଙ୍ଗଲ ମଧ୍ୟକୁ ନେଇ ମାଡ ମାରିବା ସହ ଗୋଟିଏ ରାତି ମହିଳାଙ୍କୁ ଗଣଦୁର୍ଷ୍କମ କରାଯାଇଥିଲା । କବିସୂର୍ଯ୍ୟନଗର ପୋଲିସ ଖବର ପାଇ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ସେପଟେ ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଗୁହାରୀ କରିଛନ୍ତି । ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ପୋଲିସ ଏହି ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଡାକ୍ତରୀ ମାଇନା କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଏସଡିପିଓ ରଜନୀକାନ୍ତ ସାମଲ । ସେପଟେ ପୀଡିତାଙ୍କ ସ୍ୱାସ୍ଥ ପରୀକ୍ଷା କରାଯାଇଥିବାବେଳେ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଯାଇଥିବା ଏଭଳି ଏକ ଲଜ୍ଜାଜନକ ଏବଂ ଅମାନବୀୟ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ବର୍ତ୍ତମାନ ଦେଶରେ ଆସିଥିବା ନୂଆ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦବି କରିଛନ୍ତି ଆଇନଜୀବୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking