23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗ; ଅଭିଷେକ୍ ବାନାର୍ଜୀଙ୍କୁ ଝଟ୍‌କା

ସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗ; ଅଭିଷେକ୍ ବାନାର୍ଜୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ: କୋଲାକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ୍ ବାନାର୍ଜୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଫଳରେ ଇଡି ପକ୍ଷରୁ ଅଭିଷେକ୍‌ଙ୍କୁ ପଠାଯାଇଥିବା ସମନ୍ ଆଧାରରେ ତାଙ୍କୁ ଜେରା ପ୍ରକ୍ରିୟାର ସମ୍ମୁଖୀନ ହେବା ଏକରକମ ନିଶ୍ଚିତ ହୋଇଯାଇଛି। ପ୍ରକାଶ, ପଶ୍ଚିମବଙ୍ଗ ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ କୋଟି କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଏହାର ତଦନ୍ତ କରୁଛି। ତେବେ ଏହି ମାମଲାରେ ଜେରା କରିବା ପାଇଁ ଇଡି ପକ୍ଷରୁ ଅଭିଷେକଙ୍କୁ ବାରମ୍ବାର ସମନ୍ ଜାରି କରାଯାଇଥିଲେ ମଧ୍ୟ ସେ ଏହାର କୌଣସି ଜବାବ ଦେଇନାହାନ୍ତି। ଓଲଟା ଇଡି ପକ୍ଷରୁ ଏପ୍ରକାର ସମନ୍ ଜାରି କରାଯିବା ବିରୋଧରେ ସେ ଏବଂ ତାଙ୍କ ପତ୍ନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋମବାର ଏହି ମାମଲାର ଶୁଣାଣି କରିବା ପୂର୍ବକ ସୁପ୍ରିମକୋର୍ଟ ଉଭୟ ଅଭିଷେକ୍ ଏବଂ ତାଙ୍କ ପତ୍ନୀଙ୍କ ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ଇଡି ତାଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିବା ବେଳେ ଅଭିଷେକ ଏହାକୁ ବିରୋଧ କରିଥିଲେ। ଇଡି ତାଙ୍କୁ କୋଲକାତା କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଦେବା କଥା ବୋଲି ସେ ଯୁକ୍ତି ବାଢ଼ିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏପ୍ରକାର ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ଅଗଷ୍ଟ ୧୩ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଗତ ବର୍ଷ ଜୁନ୍ ମାସରେ ଏକ ଚାର୍ଜଶିଟ୍ ଦାଖଲ କରିଥିବା ବେଳେ ସେଥିରେ ଅଭିଷେକ ବାନାର୍ଜୀଙ୍କ ନାଁ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking