26.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶପୁଣି ଗଧିଆ ଆକ୍ରମଣ; ଗୋଟିଏ ପରିବାରର ୫ ଗୁରୁତର

ପୁଣି ଗଧିଆ ଆକ୍ରମଣ; ଗୋଟିଏ ପରିବାରର ୫ ଗୁରୁତର

ଭୋପାଳ: ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଏବେ ମଧ୍ୟପ୍ରଦେଶରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ମଧ୍ୟପ୍ରଦେଶର ଖଣ୍ଡୱାର ଆଦିବାସୀବହୁଳ ଅଞ୍ଚଳ ମାଲଗାଁରେ ଗଧିଆ ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗତ ରାତିରେ ଏକ ପରିବାରର ୫ ସଦସ୍ୟ ଘର ବାହାରେ ଶୋଇଥିଲେ। ଉକ୍ତ ସମୟରେ ଏକ ଗଧିଆ ପହଞ୍ଚି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ତେବେ ହୋହଲ୍ଲା ଯୋଗୁ ଗ୍ରାମବାସୀମାନେ ମିଳିତ ଭାବେ ଗଧିଆ ଉପରେ ଆକ୍ରମଣ କରିଥିଲେ ଏବଂ ପିଟିପିଟି ମାରିଦେଇଥିଲେ। ଅନ୍ୟପକ୍ଷେ ଗଧିଆ ଆକ୍ରମଣରେ ପରିବାର ସଦସ୍ୟଙ୍କ ଠାରେ ଗଭୀର କ୍ଷତ ସୃଷ୍ଟ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରିପୋର୍ଟ ଲେଖାହେବା ବେଳକୁ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାଲଗାଁ ପାଖରେ ଘଞ୍ଚ ଜଙ୍ଗଲ ଥିବାରୁ ସେଠାରୁ ବେଳେବେଳେ ପଶୁମାନେ ଶିକାର ଉଦ୍ଦେଶ୍ୟରେ ଗାଁକୁ ପଶିଆସନ୍ତି ବୋଲି ଅଧିକାରୀ କହିଛନ୍ତି। ତେବେ ଏହି ଘଟଣା ପରେ ମାଲଗାଁ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking