21.1 C
Bhubaneswar
Monday, December 22, 2025
Homeଓଡିଶାଭତ୍ତା ବୃଦ୍ଧି ପାଇଁ ସ୍ୱର ମିଶାଇଇଲେ ବିଧାୟକ

ଭତ୍ତା ବୃଦ୍ଧି ପାଇଁ ସ୍ୱର ମିଶାଇଇଲେ ବିଧାୟକ

ଭୁବନେଶ୍ବର : ବିଧାନସଭାରେ ଉଠିଲା ବିଧାୟକଙ୍କ ଭତ୍ତା ଓ ପେନସନ୍ ବୃଦ୍ଧି ପ୍ରସଙ୍ଗ। ପ୍ରଶ୍ନକାଳରେ ଶାସକ ଦଳର ବିଧାୟକଙ୍କ ସହ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକମାନେ ମଧ୍ୟ ସମାନ ଦାବି କରିଛନ୍ତି। ଯାହାକୁ ନେଇ ବାଚସ୍ପତି ସୁରମା ପାଢୀ ମଧ୍ୟ ଗୃହରେ ରୁଲିଂ ଦେବା ସହ ସରକାରଙ୍କୁ ବିଧାୟକ ଦାବି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପେନସନ୍ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ବାହିନିପତି ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ବିଜେପି ବିଧାୟକ ସନାତନ ବିଜୁଳି ଓ ବିଜେଡ଼ି ବିଧାୟକ ବି ସମାନ ପ୍ରସଙ୍ଗ ଉଠାଇଲେ। ବିଜେପି ବିଧାୟକ ପୂର୍ଣ୍ଣ ସେଠି କହିଥିଲେ ବର୍ତ୍ତମାନ୍ ଯୁଗରେ ସମସ୍ତଙ୍କୁ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ। ଏଥିପାଇଁ ଖର୍ଚ୍ଚ ବଢୁଚି। ନିର୍ବାଚନୀ ମଣ୍ଡଳୀ ଯିବା ଆସିବାରେ ତେଲ ପୋଡୁଛି। ତେଣୁ ବର୍ତ୍ତମାନ ବିଧାୟକଙ୍କ ଭତ୍ତା ସହ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରାଯାଉ। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗୋ ବି ସମାନ ପ୍ରସଙ୍ଗ ଉଠାଇଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking