23.1 C
Bhubaneswar
Friday, May 1, 2026
Homeଓଡିଶାରାଜ୍ୟରେ ୭୮% ଲୋକଙ୍କୁ ମିଳୁଛି ମାଗଣା ଚାଉଳ

ରାଜ୍ୟରେ ୭୮% ଲୋକଙ୍କୁ ମିଳୁଛି ମାଗଣା ଚାଉଳ

ଭୁବନେଶ୍ୱର : ରାଜ୍ୟରେ ୭୮ ପ୍ରତିଶତ ଲୋକ ମାଗଣା ଚାଉଳ ପାଉଛନ୍ତି । ଗୃହରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜେପି ସରକାର କ୍ଷମତାକୁ ଆସିବା ପରେ ଭୂତ ହିତାଧିକାରୀଙ୍କୁ ନେଇ ଆଲୋଚନା ଜୋର ଧରିଥିଲା । ଭୂତ ହିତାଧିକାରୀ ମାଳ ମାଳ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅନେକ ଥର କହିଥିଲେ। ତେବେ ଏନେଇ ବିଭାଗ ପକ୍ଷରୁ ଅନୁଧ୍ୟାନ ଚାଲିଛି ବୋଲି କହିଥିଲେ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ଗୃହରେ ସୂଚନା ଦେଇଛନ୍ତି ସେପ୍ଟେମ୍ବର ମାସରେ ନୂଆ ରସନ କାର୍ଡ ଦିଆଯିବ ।ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଆବେଦନ କରି ସାରିଛନ୍ତି ବୋଲି ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking