31.1 C
Bhubaneswar
Tuesday, September 1, 2026
Homeଓଡିଶାଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ପୂର୍ବପରି ଏହି ସୁବିଧା ପାଇପାରିବେ। ଏଥିସହ ଯେଉଁ ସାମ୍ବାଦିକମାନେ ନୂଆକରି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରିପାରିବେ।ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ସୁବିଧା ଜାରି ରଖିବା ନିଷ୍ପତ୍ତିକୁ ଓଡ଼ିଶା ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌ (ଓୟୁଜେ) ସ୍ୱାଗତ କରିଛି। ଏଥିପାଇଁ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି।ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହାକୁ ପୂର୍ବପରି ଜାରି ରଖିବା ନିଷ୍ପତ୍ତିକୁ ସାମ୍ବାଦିକ ସଂଗଠନଗୁଡ଼ିକ ସ୍ୱାଗତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking