18.1 C
Bhubaneswar
Saturday, December 20, 2025
Homeଅପରାଧମହିଳାଙ୍କୁ ଧକ୍କା ଦେଲା କାର,ଚାଲିଗଲା ଜୀବନ

ମହିଳାଙ୍କୁ ଧକ୍କା ଦେଲା କାର,ଚାଲିଗଲା ଜୀବନ

ମୁମ୍ବାଇ : ମହିଳାଙ୍କୁ ଧକ୍କା ଦେଲା କାର,ଚାଲିଗଲା ଜୀବନ । ମଙ୍ଗଳବାର ରାତିରେ ମୁମ୍ବାଇରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେବା ପରେ ୨୭ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଦୁଇ ପିଲାଙ୍କର ମାଆ ଶାହାନା କାଜମି ମେହେନ୍ଦି ଆର୍ଟ କ୍ଲାସ ପରେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଫୋର୍ଡ ଏସୟୁଭି ତାଙ୍କୁ ମଲାଦରେ ଧକ୍କା ଦେଇଥିଲା। ମହିଳାଙ୍କୁ କାର୍‌ଟି ଧକ୍କା ଦେବା ପରେ କିଛି ବାଟ ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଗାଡ଼ିଟି ଯାଇ ଡିଭାଇଡର୍‌ରେ ପିଟି ହେବା ପର୍ଯ୍ୟନ୍ତ ମହିଳା ସେହି ଗାଡ଼ିରେ ଲାଖି ଘୋଷାରି ହୋଇ ଯାଇଥିଲେ। ଗାଡ଼ିର ଡ୍ରାଇଭର ଏବଂ ସ୍ଥାନୀୟ ଲୋକ ପୀଡିତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇ ହୋଇନଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଗାଡ଼ି ଚାଳକ ଜଣକ ମଦ୍ୟପାନ କରିଥିବା ବୋଲି ସନ୍ଦେହ କରି ସ୍ଥାନୀୟ ଲୋକ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଡ୍ରାଇଭରକୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭୟଙ୍କର ୱର୍ଲି ହିଟ୍-ରନ୍ ମାମଲାର କିଛି ମାସ ପରେ ଏହା ଘଟିଛି। ୱର୍ଲିରେ ଦ୍ରୁତ ଗତିରେ ଆସିଥିବା ଏକ ବିଏମଡବ୍ଲୁ କାର୍‌ ଏକ ସ୍ବାମୀ-ସ୍ତ୍ରୀଙ୍କ ଦୁଇ ଚକିଆ ଉପରେ ଚଢ଼ିଯିବା ପରେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ଏହି କାରଟିକୁ ଶିବସେନା ନେତା ରାଜେଶ ଶାହାଙ୍କ ୨୪ ବର୍ଷର ପୁଅ ମିହିର ଶାହା ଚଳାଉଥିଲେ। ଦୁର୍ଘଟଣାର ଦୁଇ ଦିନ ପରେ ଶାହାଙ୍କୁ ଜୁଲାଇ ୯ ତାରିଖରେ ଗିରଫ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking