32.7 C
Bhubaneswar
Thursday, May 14, 2026
Homeଓଡିଶାମାଈ ହାତୀର ମୃତଦେହ ଠାବ

ମାଈ ହାତୀର ମୃତଦେହ ଠାବ

ଗୁଣୁପୁର : ମାଈ ହାତୀର ମୃତଦେହ ଠାବ । ଗୁଣୁପୁର ରେଞ୍ଜ ଫୁଚପୁଟି ସାନ ନଦୀ ବ୍ରିଜ୍ ନିକଟରୁ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କପା ବାଡ ବିଦ୍ୟୁତ୍ ଖୁଣ୍ଟ ପାଖରେ ହାତୀର ମୃତଦେହ ପଡିରହିଛି । ଦୁଇଟି ହାତୀ ଏହି ଅଞ୍ଚଳ ରେ ରହିଥିଲେ। ସେଥି ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି। ତେବେ ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ପୂର୍ବରୁ ଏହି ଅଞ୍ଚଳରେ ୬ ଟିକିଆ ହାତୀପଲ ରହିଥିଲେ। ଗତବର୍ଷ ଓଡିଶା ସୀମାନ୍ତ ଆନ୍ଧ୍ର ର ବାତିଲି ନିକଟ କାଟ୍ରାଗଡା ଠାରେ ଏକ ଚାଷ ଜମିରେ ବିଦ୍ୟୁତ୍ ଆଘାତରେ ୪ ଗୋଟି ହାତୀ ର ମୃତ୍ୟୁ ହୋଇଥିଲା। ସେହି ଛଅ ଟିକିଆ ହାତୀପଲ ଓଡିଶାରୁ ଯାଇଥିବା ସ୍ବଷ୍ଟ ହୋଇଥିଲା। ଛଅ ଟିକିଆ ହାତୀ ପଲରୁ ଦୁଇଟି ହାତୀ ପୁଣି ଗୁଣୁପୁର ରେଞ୍ଜ୍ ଫୁଲପୁଟି ଜଙ୍ଗଲ କୁ ଫେରିଥିଲେ। ଆଜି ଏହି ଦୁଇ ହାତୀ ମଧ୍ୟରୁ ଆଉ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଗୁଣୁପୁର ବନ ବିଭାଗ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking