16.1 C
Bhubaneswar
Thursday, January 16, 2025
Homeଅପରାଧଗୁଣିଆ କଥାରେ ପଡ଼ି ନିଜ ପୁଅର ଜୀବନ ନେଇଗଲା ବାପା

ଗୁଣିଆ କଥାରେ ପଡ଼ି ନିଜ ପୁଅର ଜୀବନ ନେଇଗଲା ବାପା

ରାଜସ୍ଥାନ : ଗୁଣିଆ କଥାରେ ପଡ଼ି ନିଜ ପୁଅର ଜୀବନ ନେଇଗଲା ବାପା । ମାଟିରେ କଚାଡ଼ି ପୁଅକୁ କଲା ହତ୍ୟା । ଘର ଲୋକେ କିଛି ବୁଝିବା ପୂର୍ବରୁ ନାରକୀୟ କାଣ୍ଡ ଘଟାଇଲା ବାପା । ଆଉ ଏଭଳି କାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଛି । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନରୁ ବୁନ୍ଦି ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜ ନବଜାତ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ତେବେ ଅଭିଯୁକ୍ତକୁ ପୂର୍ବରୁ ସନ୍ଦେହ ଥିଲା ତା ଉପରେ ଭୂତ ଲାଗିଛି । ଏନେଇ ବାରମ୍ବାର ଗୁଣିଆ ପାଖକୁ ଦୌଡ଼ୁଥିଲା ମୃତ ଶିଶୁର ବାପ ।

ଆଉ ଗୁଣିଆ ବୁଦ୍ଧିରେ ପଡ଼ି ନିଜ ଜନ୍ମକଲା ଛୁଆକୁ ମାରିଦେଲା । ସୂଚନା ଅନୁସାରେ ଗତକାଲି ଭୋରୁ ୫ ଟା ସମୟରେ ଡଲାର ଗାଁରେ ଏହି ଘଟଣା ଘଟିଛି । ଦଶ ମାସର ପୁଅ ଅଂଶ ନିଜ ମା’ ଗାୟତ୍ରୀ ପାଖରେ ନିଘୋଡ଼ ନିଦରେ ଶୋଇଥିଲା । ଏହି ସମୟରେ ଅଭିଯୁକ୍ତ ବାପା ଜିତେନ୍ଦ୍ର ବୈରୱା ନିଜ ପୁଅକୁ ମା’ ଠୁ ଛଡ଼ାଇ ଆଣି ମାଟିରେ କଚାଡ଼ି ଦେଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୁଅକୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେତେବେଳକୁ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲା ଅଂଶ । ଏପଟେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଜିତେନ୍ଦ୍ର ।

ମୃତ ପୁଅର ମା’ ଗାୟତ୍ରୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ବ୍ୟବଚ୍ଛେଦ ପରେ ମୃତ ଶିଶୁକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ବଡ଼ୁନ୍ଦା ଗାଁର ବାସିନ୍ଦା ଜିତେନ୍ଦ୍ର ନିଜ ପୁଅ ଓ ସ୍ତ୍ରୀ ସହ ଶ୍ୱଶୁର ଘରେ ରହୁଥିଲା । ଏହାରି ଭିତରେ ତାର ସନ୍ଦେହ ହୋଇଥିଲା ତାକୁ ଭୂତ ଲାଗିଛି । ଭୂତ ପାଖରୁ ବଞ୍ଚିବା ପାଇଁ ସେ ଗୁଣିଆର ଆଶ୍ରୟ ନେଇଥିଲା । ଆଉ ଗୁଣିଆ ହିଁ ଜିତେନ୍ଦ୍ରକୁ ଏଭଳି କୁବୁଦ୍ଧି ଦେଇଥିଲା । ପୋଲିସ ଅଭିଯୁକ୍ତ ନାଁରେ ମାମଲା ଦାୟର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ଥିବାବେଳେ ଗୁଣିଆର ସନ୍ଧାନ କରୁଛି ପୋଲିସ । ଆଜି ବି ଲୋକମାନେ ଏମିତି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଦୁନିଆ ଆଧୁନିକତା ଆଡ଼କୁ ଗତି କଲେ ବି ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିଛି ଲୋକ ଏମିତି ଅପରାଧ କରୁଛନ୍ତି । ଯାହା ସତରେ ନିନ୍ଦନୀୟ । ତେବେ ଏହି ଅପରାଧୀକୁ ତା କୁକର୍ମର ଉଚିତ ଶାସ୍ତି ମିଳୁ ତାହା ହିଁ ସାଧାରଣରେ ଦାବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking