26.7 C
Bhubaneswar
Thursday, August 6, 2026
Homeଓଡିଶାସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ଗଣିତ ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇଂଟରନ୍ୟାସନାଲ୍ କନଫରେନ୍ସ ଅନ୍ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଫର୍ ଇଞ୍ଜିନିୟରିଂ ସାଇନ୍ସେସ୍ ଆଣ୍ଡ ହେଲ୍‌ଥକେୟାର (ଆଇସିସିଏମ୍‌ଇଏସ୍‌ଏଚ୍‌-୨୦୨୬)’ର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି ।ଏହି ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ, ବୈଜ୍ଞାନିକ ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଏବଂ ଏହାର ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା ଓ ଆନ୍ତଃବିଭାଗୀୟ ବିଜ୍ଞାନ କ୍ଷେତ୍ରରେ ପ୍ରୟୋଗ ସଂପର୍କିତ ଅତ୍ୟାଧୁନିକ ଗବେଷଣା ଉପରେ ମତ ବିନିମୟ କରିବେ ।

ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀଲଙ୍କାର ୟୁନିଭର୍ସିଟି ଅଫ୍ କଲମ୍ବୋର ଚେୟାର ପ୍ରଫେସର ଅଫ୍ ମ୍ୟାଥମାଟିକ୍ସ ତଥା ସେଂଟର ଫର ମ୍ୟାଥମାଟିକାଲ୍ ମଡେଲିଂର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ପେରେରା ମୁଖ୍ୟ ଅତିଥି ଏବଂ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଗଣିତ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆୟୋଜକ ଅଧ୍ୟକ୍ଷ ପ୍ରଫେସର ସୁନିତା ଚାନ୍ଦ, ସମ୍ମିଳନୀର ଆବାହକ ପ୍ରଫେସର ମିତାଲୀ ମଧୁସ୍ମିତା ନାୟକ ଏବଂ ସହ-ଆବାହକ ଡଃ ସୌଭାଗ୍ୟ କୁମାର ସାହୁ ଓ ଡଃ ପିନାକୀ ପ୍ରସାଦ କର ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ ଭାଷଣରେ ପ୍ରଫେସର ସଞ୍ଜୀବ ପେରେରା ସଂକ୍ରାମକ ରୋଗ ସମେତ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରର ଜଟିଳ ଚ୍ୟାଲେଞ୍ଜର ମୁକାବିଲାରେ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ, ଗାଣିତିକ ମଡେଲିଂ ଏବଂ କୃତ୍ରିମ ବୁଦ୍ଧିମତାର (ଏଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।ନିଜ ଅଭିଭାଷଣରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ସମୟରେ ବାସ୍ତବ ଜୀବନର ବହୁମାତ୍ରିକ ସମସ୍ୟାର ସମାଧାନ କ୍ଷେତ୍ରରେ କଂପ୍ୟୁଟେସନାଲ୍ ସାଇନ୍ସେସ୍‌ର ଭୂମିକା କ୍ରମଶଃ ବୃଦ୍ଧି ପାଉଛି । ଉଚ୍ଚମାନର ଗବେଷଣା, ନବସୃଜନ ଏବଂ ଆନ୍ତର୍ଜାତୀୟ ଶୈକ୍ଷିକ ସହଯୋଗକୁ ସୋଆ ସଦାସର୍ବଦା ପ୍ରାଧାନ୍ୟ ଦେଇଆସୁଛି ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ସମ୍ମାନସ୍ୱରୂପ ସ୍ମାରକ ପ୍ରଦାନ କରାଯାଇଥିବା ବେଳେ ସମ୍ମିଳନୀର ଅବଷ୍ଟ୍ରାକ୍ଟ ବୁକ୍ ଉନ୍ମୋଚିତ ହୋଇଥିଲା ।ସମ୍ମିଳନୀରେ ବିଶ୍ୱପ୍ରସିଦ୍ଧ ଗଣିତଜ୍ଞ ତଥା ଫ୍ରାକ୍ସନାଲ୍ କାଲ୍‌କୁଲସ୍ ଓ ଗାଣିତିକ ପଦାର୍ଥ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରଫେସର ଡୁମିତ୍ରୁ ବାଲେନୁ, ଆଇଆଇଟି ରୁରକି ର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଲେ ପନ୍ତ, ଆଇଆଇଟି ପାଟନାର ପ୍ରଫେସର ପ୍ରଶାନ୍ତ କୁମାର ଶ୍ରୀବାସ୍ତବଙ୍କ ସମେତ ବହୁ ବିଶିଷ୍ଟ ବକ୍ତା ଯୋଗ ଦେଇଛନ୍ତି ।

ଏହାବ୍ୟତୀତ ଆଇଆଇଟି ମାଡ୍ରାସ୍‌ର ଡକ୍ଟର ଆର୍ଯ୍ୟ କୁମାର ବେଦବ୍ରତ ଚାନ୍ଦ, ଆଇଆଇଟି ମଣ୍ଡିର ଡକ୍ଟର ନୀତୁ କୁମାରୀ, ଆଇଆଇଇଏସ୍‌ଟି ଶିବପୁର, ହାୱାଡାର ଡକ୍ଟର ବାପ୍ପନ ଘୋଷ, ସିମ୍ବାସିସ୍‌, ପୁଣେର ଡକ୍ଟର ଜିତେନ୍ଦ୍ର କୌଶିକ, ଆଇଆଇଟି ରୁପାରର ପ୍ରଫେସର ଏସ୍‌. ସି. ମାର୍ଥା, ଆଇଆଇଟି ଇନ୍ଦୋରର ପ୍ରଫେସର ଏମ୍‌. ତନଭୀର ଏବଂ ଆଇଆଇଟି ଗୌହାଟିର ଡକ୍ଟର ରବୀନ୍ଦ୍ର ଝା ପ୍ରମୁଖ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ । ସେମାନଙ୍କ ବ୍ୟାଖ୍ୟାନ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ, ସ୍ୱାସ୍ଥ୍ୟସେବା, ଇଞ୍ଜିନିୟରିଂ, କୃତ୍ରିମ ବୁଦ୍ଧିମତା, ଅପ୍‌ଟିମାଇଜେସନ୍ ଓ ତଥ୍ୟ-ଭିତିକ ଗବେଷଣା କ୍ଷେତ୍ରର ସାଂପ୍ରତିକ ଉନ୍ନତି ସଂପର୍କରେ ମୂଲ୍ୟବାନ ଦିଗଦର୍ଶନ ପ୍ରଦାନ କରିବ ।ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟ ବକ୍ତବ୍ୟ, ଆମନ୍ତ୍ରିତ ବ୍ୟାଖ୍ୟାନ, ବୈଷୟିକ ଗବେଷଣାପତ୍ର ଉପସ୍ଥାପନା ଏବଂ ବିଭିନ୍ନ ଆନ୍ତଃକ୍ରିୟାତ୍ମକ ଏକାଡେମିକ୍ ଅଧିବେଶନ ଅନୁଷ୍ଠିତ ହେବ । ଭାରତ ସମେତ ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାର ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଓ ପେସାଦାରମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଆନ୍ତର୍ଜାତୀୟ ଜ୍ଞାନ ବିନିମୟର ଏକ ଗୁରୁତ୍ୱପୂର୍ଣ୍ଣ ମଂଚରେ ପରିଣତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking