25.1 C
Bhubaneswar
Saturday, February 14, 2026
Homeଓଡିଶାଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା ,ଟ୍ରକ ଡ୍ରାଇଭର ମୃତ

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା ,ଟ୍ରକ ଡ୍ରାଇଭର ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ସ୍ପଞ୍ଜ ଆଇରନ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦ୍ୱାରଶୁଣି ଘାଟି ଜାତୀୟ ରାଜପଥ ୪୯ରେ ଅପରାହ୍ନରେ ଏକ ସ୍ପଞ୍ଜ ଆଇରନ ବୋଝେଇ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଦ୍ୱାରଶୁଣି ଘାଟିରେ ହଠାତ୍ ନିଜର ନିୟନ୍ତ୍ରଣ ହରାଇ ସୁରକ୍ଷା ପାଚେରୀ ଉପରେ ବାଡେଇ ହୋଇ ଓଲଟି ପଡିଥିଲା ।

ତେବେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଟ୍ରକ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ହେଲପରକୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ହେଲପର ଅବସ୍ଥା ଗୁରୁତର ଦେଖି ବାରିପଦା ମେଡ଼ିକାଲକୁ ପଠାଇ ଦିଆଯାଇଛି । ଦୀର୍ଘ ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମୃତ ଡ୍ରାଇଭରଙ୍କ ଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବିଭାଗ ଓ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking