29.3 C
Bhubaneswar
Saturday, June 20, 2026
Homeଓଡିଶାବେଆଇନ ମଦ କାରବାର ଉପରେ ରାଜ୍ୟ ସରକାରଙ୍କ ଚଢ଼ାଉ ଜାରି; ୧୫୦୬ ଜଣ ଗିରଫ, ୧୫୦...

ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାରଙ୍କ ଚଢ଼ାଉ ଜାରି; ୧୫୦୬ ଜଣ ଗିରଫ, ୧୫୦ ଗାଡ଼ି ଜବତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ଉ ଜାରି ରହିଛି। ଇତି ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଦଳ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ କରିଛନ୍ତି। ଏଥି ସହ କାରବାରରେ ସାମିଲ ବ୍ୟକ୍ତିଙ୍କୁ ଗିରଫ କରାଯିବା ସାଙ୍ଗକୁ ବ୍ୟବହୃତ ଗାଡ଼ିଗୁଡ଼ିକ ମଧ୍ୟ ଜବତ କରାଯାଉଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୨୦ରୁ ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୬୮୬ଟି କେସ୍ ପଞ୍ଜିକୃତ ହେବା ସହ ୧୫୦୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ୧ ଲକ୍ଷ ୩୯ ହଜାର ୧୪୨ ଲିଟର ବେଆଇନ ମଦ ଓ ୧୨ ଲକ୍ଷ ୮୮ ହଜାର ୬୩୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୦ଟି ଗାଡ଼ିକୁ ଜବତ କରାଯାଇଛି।
ଏଥି ମଧ୍ୟରେ ଅନୁଗୋଳର ୯୦ ଜଣ, ବାଲେଶ୍ୱରର ୯୬ ଜଣ, ଭଦ୍ରକର ୫୯ ଜଣ, ଭୁବନେଶ୍ୱରର ୬୯ ଜଣ, କଟକର ୬୩ ଜଣ, ଗଞ୍ଜାମର ୫୮ ଜଣ, ଯାଜପୁରର ୬୧ ଜଣ, କେଉଁଝରର ୬୮ ଜଣ, କୋରାପୁଟର ୫୮ ଜଣ, ମୟୂରଭଞ୍ଜର ୫୭ ଜଣ, ରାଉରକେଲାର ୭୧ ଜଣ ଏବଂ ସମ୍ବଲପୁରରୁ ୭୭ ଜଣ ଗିରିଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ ଏବଂ ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking