25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସ୍ୱାମୀକୁ ମାରି ଟଏଲେଟରେ ପୋତି ଦେଲା ସ୍ତ୍ରୀ

ସ୍ୱାମୀକୁ ମାରି ଟଏଲେଟରେ ପୋତି ଦେଲା ସ୍ତ୍ରୀ

ରାଜସ୍ଥାନ : ସ୍ୱାମୀକୁ କଲା ହତ୍ୟା । ପରେ ଘରେ ଥିବା ଟଏଲେଟରେ ସ୍ୱାମୀକୁ ପୋତି ଦେଲା ସ୍ତ୍ରୀ । ପରକିୟାପ୍ରିତି ପାଇଁ ଏମିତି କାଣ୍ଡ କରି ବସିଲା ସ୍ତ୍ରୀ । ସାରା ଜୀବନ ଯାହା ହାତ ଧରି ଚାଲିବ ବୋଲି ପ୍ରତିଜ୍ଞା କରିଥିଲା ତାକୁ ହିଁ ମାରିଦେଲା । ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ସବୁଠୁ ନିବିଡ଼ । କିନ୍ତୁ ଜଣେ ମହିଳା ଏ ପବିତ୍ର ସମ୍ପର୍କର ବିଶ୍ୱାସକୁ ଭାଙ୍ଗିଦେଇଛନ୍ତି । ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଗୋଗାମେଡ଼ି ଅଞ୍ଚଳର ଖଚୱାନା ଗାଁରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ଜୀବନ ନେଇଛି । ସୂଚନା ଅନୁସାରେ ଖଚ୍ଚୱାନା ଗାଁରେ ରହୁଥିବା ୪୨ ର୍ବଷିୟ ବ୍ୟକ୍ତି ରୂପରାମ ଗତ ୧୬ ଦିନ ହବେ ନିଖୋଜ ଥିଲେ । ରୂପରାମଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ରୂପରାମଙ୍କ ସ୍ତ୍ରୀଙ୍କୁ ଧରି ପଚରା ଉଚୁରା ଆରମ୍ଭ କରିଥିଲା । ଦୀର୍ଘ ସମୟ ପରେ ମୁହଁ ଖୋଲିଥିଲା ସ୍ତ୍ରୀ । ଆଉ ସ୍ତ୍ରୀର କଥା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

କାରଣ ସ୍ତ୍ରୀ ହିଁ ନିଜ ସ୍ୱାମୀର ଜୀବନ ନେଇଥିବା ସ୍ୱୀକାର କରିଥିଲା । ସନ୍ଦହେ ହବୋରୁ ପୋଲିସ ଘର ଭିତରେ ଥିବା ଟଏଲଟେକୁ ଖୋଲିଥିଲା । ଆଉ ଟଏଲଟେ ଭିତରୁ ବାହାରିଥିଲା ରୂପରାମଙ୍କ ମୃତଦହେ । ମୃତଦହେକୁ ଜବତ କରିବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ଅଧିକ ବଢ଼ିଥିଲା । ଘଟଣାସ୍ଥଳରେ ଏଫଏସଏଲ ଟିମ୍ ପହଞ୍ଚି ସମସ୍ତ ପ୍ରମାଣକୁ ସଂଗ୍ରହ କରିଥିଲା । କହି ରଖିବାକୁ ଚାହିଁବୁ କି ପରିବାର ଲୋକଙ୍କର ରୂପରାମଙ୍କ ସ୍ତ୍ରୀ ଉପରେ ପୂର୍ବରୁ ସନ୍ଦହେ ଥିଲା । ସେ ହିଁ ତା ସ୍ୱାମୀକୁ ମାରିଥିବା ପରିବାର ଲୋକେ ସନ୍ଦହେ କରୁଥିଲୋ । କିନ୍ତୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତଦନ୍ତ ପ୍ରକିୟାକୁ ଗୁରୁତ୍ୱ ଦେଇନଥିଲା । ଅନ୍ୟପଟେ ଏହି ଘଟଣା ପ୍ରମେ ପାଇଁ ହୋଇଥାଇପାରେ ବୋଲି ପୋଲିସ ଅଧିକ୍ଷକ ବିକାଶ ସାଙ୍ଗୱାନ କହିଛନ୍ତି । ପୋଲିସ ସବୁ ଦିଗରୁ ଯାଞ୍ଚରେ ଲାଗିପଡ଼ିଛି । ସମ୍ପୃକ୍ତ ମାମଲାରେ ରୂପରାମଙ୍କ ସ୍ତ୍ରୀକୁ ଗିରଫ କରାଯାଇଛି । ଯଦି ଏହି ଘଟଣାରେ ଅନ୍ୟ କାହାର ବି ସମ୍ପୃକ୍ତି ଥାଏ ତାକୁ ବି ଗିରଫ କରିବା ନେଇ ପୋଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking