ଗୁଜୁରାଟରେ ଚାରିଆଡେ ପାଣି ହିଁ ପାଣି । ବନ୍ୟାଜନିତ କାରଣରୁ ମୃତ୍ୟ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ପ୍ରାୟ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ଗୁଜରାଟରେ ଗୋଟିଏ ବର୍ଷରେ ହାରାହାରି ଯେତିକି ବର୍ଷା ହୁଏ, ଏପର୍ଯ୍ୟନ୍ତ ତାଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇସାରିଲାଣି ବଡୋଦରା, ଅହମଦାବାଦ, ସୁରଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୩ଦିନ ଧରି ଗୁଜରାଟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ମ୍ଭାବନା ରହିଛି । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ କିଛିଦିନ ହେବ ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ଗୁଜରାଟର ବରୋଦା, ଉଦୟପୁର, ନର୍ମଦା, ବରୁଚ ଓ ସୁରଟ ସମେତ ଏକାଧୁକ ଜିଲାରେ ପ୍ରବଳ ବର୍ଷା ହେବା ନେଇ ରେଡ଼ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗା ସେପଟେ ସ୍ଥିତିକୁ ଦେଖ୍ ୩ଦିନ ପାଇଁ ପ୍ରଭାବିତ ଜିଲ୍ଲାର ସ୍କୁଲକୁ ବନ୍ଦ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ନିୟୋଜିତ ହୋଇଛନ୍ତି। ବନ୍ୟା ସ୍ଥିତି ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି।










