22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବାଂଲାଦେଶ ସଙ୍କଟ : ଯାଇଛି ୧୦୦୦ରୁ ଅଧିକ ଜୀବନ

ବାଂଲାଦେଶ ସଙ୍କଟ : ଯାଇଛି ୧୦୦୦ରୁ ଅଧିକ ଜୀବନ

ଢାକା : ବାଂଲାଦେଶରେ ଗତ ଜୁଲାଇ ଓ ଚଳିତ ଅଗଷ୍ଟ ମାସରେ ସରକାର ବିରୋଧୀ ଆନ୍ଦୋଳନରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୦୦୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୦ରୁ ଅଧିକ ହେଉଛନ୍ତି ପୁଲିସ ଗୁଳିର ଶିକାର ହୋଇଛନ୍ତି। ୪୦୦ରୁ ଅଧିକ ଲୋକ ଗୋଟିଏ କିମ୍ବା ଦୁଇଟି ଆଖିରେ ଦୃଷ୍ଟିଶକ୍ତି ହରାଇଛନ୍ତି। ଅନ୍ତରୀଣ ସରକାରରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ନୁରଜାହାଁ ବେଗମ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି।
ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡରେ ଶତାଧିକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହା ପୂର୍ବରୁ ଜାତିସଂଘ କହିଥିଲା ଯେ ବାଂଲାଦେଶରେ ଆନ୍ଦୋଳନ ବେଳେ ୬୫୦ ଜଣଙ୍କ ମୃତ୍ୟୁ ଘଟିଛି।ବାଂଲାଦେଶର ପୂର୍ବତନ ସଂସଦ ବାଚସ୍ପତି ଶିରିନ୍ ଶର୍ମିନ୍ ଚୌଧୁରୀ ଏବଂ ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଟିପୁ ମୁନ୍ସିଙ୍କୁ ଗୁରୁବାର ଜଣେ ଗହଣା ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ୭୪ ବର୍ଷୀୟ ମୁନ୍ସିଙ୍କୁ ତାଙ୍କ ଢାକା ବାସଭବନରୁ ଗିରଫ କରାଯାଇଛି।ସେପଟେ ଶେଖ ହସିନାଙ୍କ ସରକାରରେ ମନ୍ତ୍ରୀ ଥିବା ୧୪ ଜଣ ନେତା ଓ ସାଂସଦଙ୍କୁ ଦେଶ ଛାଡିବା ଉପରେ ରୋକ ଲଗାଇଛନ୍ତି ଢାକା କୋର୍ଟ। ଏମାନଙ୍କ ବିରୋଧରେ ଅପରାଧିକ ଓ ଦୁର୍ନୀତି ମାମଲା ରୁଜୁ ହୋଇଥିବାରୁ ସେମାନଙ୍କୁ ଦେଶ ଛାଡ଼ିବାକୁ ବାରଣ କରାଯାଇଛି। ଅନ୍ୟ ଏକ ନିଷ୍ପତ୍ତିରେ ଅନ୍ତରୀଣ ସରକାର ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ସୁରକ୍ଷା କୁ ପ୍ରତ୍ୟାହାର କରିନେଇଛନ୍ତି। ଅନ୍ତରୀଣ ସରକାରୀ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ବାଂଲାଦେଶ ଛାଡ଼ି ପଳାଇଥିବା ଆୱାମୀ ଲିଗ୍ ଛାତ୍ର ସଂଗଠନ ଛାତ୍ର ଲିଗ୍‌ର ନେତା ଇଶାକ ଅଲ୍ଲୀ ଖାନ୍ ପାନ୍ନାଙ୍କ ଗଳିତ ମୃତଦେହ ବାଂଲାଦେଶ ସୀମାରେ ଥିବା ଭାରତର ମେଘାଳୟ ରାଜ୍ୟରୁ ମିଳିଥିଲା। ଏସପି ଗିରି ପ୍ରସାଦଙ୍କ କହିବାନୁସାରେ, ମୃତଦେହ ନିକଟରୁ ମିଳିଥିବା ପାସପୋର୍ଟରୁ ପନ୍ନାଙ୍କୁ ଚିହ୍ନଟ କରାଯାଇଥିଲା। ଅଗଷ୍ଟ ୨୬ରେ ପନ୍ନାଙ୍କ ମୃତଦେହ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking