31.1 C
Bhubaneswar
Friday, February 13, 2026
Homeଅପରାଧନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଅଟୋ ଚାଳକ

ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଅଟୋ ଚାଳକ

ନୂଆଦିଲ୍ଲୀ : ମହାରାଷ୍ଟ୍ରରୁ ଜଣେ ନର୍ସିଂ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଛି । ମହାରାଷ୍ଟ୍ରର ରତ୍ନାଗିରିରେ ଜଣେ ୧୯ ବର୍ଷୀୟ ଟ୍ରେନି ନର୍ସଙ୍କ ସହ ଏକ ଅଟୋ ଚାଳକ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଛି । ଯୁବତୀ ଜଣକ ନିଜ ଘରକୁ ଅଟୋରେ ଯାଉଥିଲେ । ଅଟୋ ଚାଳକ ଜଣକ ପାନୀୟ ଜିନିଷରେ କିଛି ନିଶା ଦ୍ରବ୍ୟ ମିଶାଇ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଜଣାପଡିଛି। ଯୁବତୀ ଜଣକ ଚେତା ଫେରି ପାଇବା ପରେ ଘଟଣା ବିଷୟରେ ନିଜ ପରିବାରକୁ ଜଣାଇଥିଲେ। ଏହାପରେ ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ସୋମବାର ବିଳମ୍ବିତ ରାତିରୁ ରାସ୍ତାରୋକ ସହ ଆନ୍ଦୋଳନ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ପୁଲିସ ସିସିଟିଭି ମାଧ୍ୟମରେ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଛି। ପୀଡିତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking