22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ନରସଂହାର; ଗାଡ଼ି ମଟର ପୋଡିଲେ, ୭୩ ମୃତ

ବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ନରସଂହାର; ଗାଡ଼ି ମଟର ପୋଡିଲେ, ୭୩ ମୃତ

ଇସଲାମାବାଦ୍‌:  ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ତାନ ପ୍ରଦେଶ ବେଲୁଚିସ୍ତାନରେ ଆତଙ୍କବାଦୀମାନେ ୨୩ ନୀରିହ ଲୋକଙ୍କୁ ଅତି ନିର୍ମର୍ମ ଭାବେ ଗୁଳିକରି ହତ୍ୟା କରିଛନ୍ତି । ବେଲୁଚିସ୍ତାନ ପ୍ରଦେଶର ମୁସାଖାଇଲ ଜିଲ୍ଲାରେ (ପଞ୍ଜାବକୁ ବେଲୁଚିସ୍ତାନ ସହ ସଂଯୋଗ କରୁଥିବା ରାଜପଥରେ) ଏହି ନାରକୀୟ କାଣ୍ଡ ଘଟିଛି । ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରଦେଶରୁ ଯାଆସ କରୁଥିବା ଅନେକ ବସ୍‌, ଟ୍ରକ୍ ଏବଂ ଭ୍ୟାନ୍‌ଗୁଡ଼ିକୁ ଆତଙ୍କବାଦୀମାନେ ଅଟକାଉଥିଲେ । ପରେ ସେମାନଙ୍କୁ ଗାଡିରୁ ବଳପୂର୍ବକ ବାହାରକୁ ଆଣି ସେମାନଙ୍କ ଜାତି ଏବଂ ଧର୍ମ ସମ୍ପର୍କରେ ପଚାରି କିଛି ଲୋକଙ୍କୁ ଛାଡି ଦେଇଥିବା ବେଳେ ୨୩ ଜଣଙ୍କୁ ସେହିଠାରେ ହିଁ ଗୁଳି କରି ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯିବା ପୂର୍ବରୁ ଆତଙ୍କବାଦୀମାନେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗାଡିକୁ ନିଆଁ ଲଗାଇ ଜାଳି ଦେଇଥିଲେ । ଖବରପାଇ ପାକିସ୍ତାନ ପୁଲିସ ଏବଂ ପାକିସ୍ତାନୀ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରୁ ଏହି ଭୟଙ୍କର ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି । ଅନ୍ୟପକ୍ଷେ ସମସ୍ତ ମୃତକ ପଞ୍ଜାବ ପ୍ରଦେଶର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନେ କ୍ୱେଟାରୁ ଫୈସଲାବାଦ ଯାଉଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ୍ କରିଥିଲେ । ସେହିପରି ଏହି ଘଟଣାରେ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଅନ୍ୟ ଏକ ଆତଙ୍କବାଦୀ ଘଟଣା ବେଲୁଚିସ୍ତାନର କଲାତ ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଏକ ରେଳ ଟ୍ରାକ୍‌କୁ ଆତଙ୍କବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ଏହି ଆତଙ୍କୀ ହମ୍‌ଲା ୪ଜଣ ପୁଲିସ୍ କର୍ମୀଙ୍କ ସହ ମୋଟ୍ ୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଗୱାଦର ଅଞ୍ଚଳରେ ଲୋକମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଟାର୍ଗେଟ୍ କରି ଗୁଳିମାଡ଼ କରାଯାଇଛି । ବେଲୁଚିସ୍ତାନର ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଏପ୍ରକାର ଆତଙ୍କବାଦୀ ଘଟଣା ଘଟି ୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ମୋଟାମୋଟି ଆଜିର ଏହି ଆତଙ୍କୀ ଘଟଣାରେ ବେଲୁଚିସ୍ତାନରେ ପ୍ରାୟ ୭୩ ଜଣ ମୃତ୍ୟୁବରଣ କରିଥିବା ରୟଟର୍ସ ରିପୋର୍ଟ କରିଛି । ଏମାନଙ୍କ ମଧ୍ୟରେ ୧୪ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ମଧ୍ୟ ସାମିଲ ଥିବା ଜଣାପଡିଛି । ଅନ୍ୟପକ୍ଷେ ବେଲୁଚିସ୍ତାନ ଲିବେରେସନ ଆର୍ମି (ବିଏଲଏ) ଆଜିର ଏସବୁ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଉକ୍ତ ସଂଗଠନ ଆଗକୁ ମଧ୍ୟ ଏପରି ହମଲା ଜାରି ରଖିବ ବୋଲି ମଧ୍ୟ ଧମକ ଦେଇଛି ।  ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking