17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକଙ୍ଗନାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଲା ବିଜେପି

କଙ୍ଗନାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଲା ବିଜେପି

ନୂଆଦିଲ୍ଲୀ : କଙ୍ଗନା ରାଣାୱତଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଲା ବିଜେପି । ବିଜେପି ସାଂସଦ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଦଳ ଜବାବ ରଖିଛି । ଏନେଇ ଦଳ ଏକ ବିବୃତ୍ତି ଜାରି କରି କହିଛି, “କଙ୍ଗନାଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଭବିଷ୍ୟତରେ ଏପରି ବିବୃତ୍ତିଠୁ ଦୂରେଇ ରହିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।” ବିଜେପି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, କୃଷକ ଆନ୍ଦୋଳନ ଉପରେ ସାଂସଦ କଙ୍ଗନା ରାଣାୱତ ଦେଇଥିବା ବୟାନ ଦଳର ମତ ନୁହେଁ। ଭାରତୀୟ ଜନତା ପାର୍ଟି ତାଙ୍କ ବୟାନ ଉପରେ ଅସହମତି ବ୍ୟକ୍ତି କରୁଛି। କଙ୍ଗନା ରାଣାୱତଙ୍କୁ ଦଳ ପକ୍ଷରୁ ଏବଂ ଦଳର ନୀତିଗତ ପ୍ରସଙ୍ଗ ଉପରେ ନା କହିବାକୁ ଅନୁମତି ଦିଆଯାଇଛି ନା ସେ ଏ ଅଧିକାର ପାଇଛନ୍ତି।ଭବିଷ୍ୟତରେ ଏଭଳି ବୟାନ ନଦେବାକୁ ଦଳ ତାଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ବିଜେପି ବିବୃତ୍ତିରେ କହିଛି। କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ତୀବ୍ର ବିରୋଧ ହେବା ପରେ ଏପରି ବିବୃତ୍ତି ରଖିଛି ବିଜେପି। ସୂଚନାଯୋଗ୍ୟ ଯେ, ନିକଟରେ ସୋଶାଲ ମିଡିଆରେ କଙ୍ଗନା ରାଣାୱତଙ୍କ ଏକ ବିବୃତ୍ତି ଭାଇରାଲ ହୋଇଥିଲା। କଙ୍ଗନା କହିଥିଲେ, “କୃଷକଙ୍କ ଆନ୍ଦୋଳନ ସମୟରେ ମୃତଦେହକୁ ଝୁଲାଇ ଦିଆଯିବା ସହ ଦୁଷ୍କର୍ମ କରାଯାଇଥିବା ଦେଖିବାକୁ ମିଳିଥିଲା। ଶେଷରେ କୃଷକ ବିଲକୁ ପ୍ରତ୍ୟାହାର କରି ନିଆଯାଇଥିଲା। ବାଂଲାଦେଶ ଆନ୍ଦୋଳନ ପରେ କୃଷକ ଆନ୍ଦୋଳନରେ ଲମ୍ବା ଯୋଜନା ରହିଥିଲା। ଏଠାରେ ଚୀନ୍ ଏବଂ ଆମେରିକା ଭଳି ବିଦେଶୀ ଶକ୍ତି କାର୍ଯ୍ୟ କରୁଛନ୍ତି।” ଯଦି ଆମର (ବିଜେପି) ଶୀର୍ଷ ନେତୃତ୍ୱ ଶକ୍ତିଶାଳୀ ନଥାନ୍ତେ ତେବେ ବାଂଲାଦେଶରେ ଯାହା ଘଟିଲା, ଭାରତରେ ସେପରି ହେବାକୁ ବେଶି ସମୟ ଲାଗିନଥାନ୍ତା ବୋଲି କଙ୍ଗନା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking