27.1 C
Bhubaneswar
Friday, May 1, 2026
Homeଦେଶ ବିଦେଶଏନ୍‌ସି-କଂଗ୍ରେସ ମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଅମିତ୍ ଶାହ

ଏନ୍‌ସି-କଂଗ୍ରେସ ମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଅମିତ୍ ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନ୍‌ସି) ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି । ନିଜେ ରାହୁଲ ଗାନ୍ଧୀ ଜମ୍ମୁ-କାଶ୍ମୀର ଯାଇ ସେଠାରେ ଦଳୀୟ ନେତା ଓ କର୍ମୀ ସହ ଏନ୍‌ସି ନେତାମାନଙ୍କୁ ଭେଟିଛନ୍ତି । ତେବେ ଏନ୍‌ସି ସହ କଂଗ୍ରେସର ମେଣ୍ଟ ଗଠନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି । ଶାହ, ରାହୁଲଙ୍କ ଉଦ୍ଦେଶ୍ୟରେ କେତେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ।

ଶାହ କହିଛନ୍ତି ଜମ୍ମୁ ଓ କାଶ୍ମୀରର ଅଲଗା ପତାକାକୁ ରାହୁଲ ଗାନ୍ଧୀ କ’ଣ ସମର୍ଥନ କରୁଛନ୍ତି କି? ଜମ୍ମୁ-କାଶ୍ମୀରକୁ ପୁଣି ଅଶାନ୍ତି ଓ ଆତଙ୍କବାଦର ଯୁଗକୁ ଠେଲି ଦେବା ପାଇଁ ନ୍ୟାସନାଲ କନଫରେନ୍ସର ନିଷ୍ପତ୍ତିକୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସମର୍ଥନ କରୁଛନ୍ତି କି? କାଶ୍ମୀରର ଯୁବକଙ୍କ ପରିବର୍ତ୍ତେ ପାକିସ୍ତାନ ସହ ଆଲୋଚନା କରି ବିଚ୍ଛିନ୍ନତାବାଦକୁ ପୁନରୁଦ୍ଧାର କରିବାକୁ କଂଗ୍ରେସ ସମର୍ଥନ କରୁଛି କି? କ୍ଷମତା ଲୋଭରେ ବାରମ୍ବାର ଦେଶର ଏକତା ଓ ନିରାପତ୍ତା ସହ ଖେଳୁଥିବା କଂଗ୍ରେସ ଦଳ ଜମ୍ମୁ-କାଶ୍ମୀର ନିର୍ବାଚନରେ ଫାରୁକ୍ ଅବଦୁଲ୍ଲାଙ୍କ ଦଳ ଏନ୍‌ସି ମେଣ୍ଟ କରି ପୁଣି ଥରେ ନିଜର ଅସଲ ଉଦ୍ଦେଶ୍ୟକୁ ଦେଶ ସାମ୍ନାରେ ରଖିଛି ।

ନିକଟରେ ଏନ୍‌ସି ପକ୍ଷରୁ ଜାରି ଦଳୀୟ ଇସ୍ତାହାରରେ ଜମ୍ମୁ କାଶ୍ମୀରରେ ପୁଣିଥରେ ଧାରା ୩୭୦ ଏବଂ ଧାରା ୩୫ (ଏ) ଲାଗୁ କରାଯିବା ନେଇ ପ୍ରତିଶ୍ରୁୂତି ଦିଆଯାଇଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏନ୍‌ସିର ଏପ୍ରକାର ଆଭିମୁଖ୍ୟ ଦେଶ ବିରୋଧୀ ବୋଲି କ୍ଷମତାସୀନ ଏନ୍‌ଡିଏ ସରକାର ଦର୍ଶାଇଥିଲା । ଏବେ ଯେତେବେଳେ କଂଗ୍ରେସ, ଏନ୍‌ସି ସହ ମେଣ୍ଟ କରୁଛି କଂଗ୍ରେସ ମଧ୍ୟ ଦେଶ ବିରୋଧୀ ଆଭିମୁଖ୍ୟକୁ ସମର୍ଥନ କରୁଛି ବୋଲି ଧରିନେବାକୁ ହେବ ବୋଲି ଶାହ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking